fbpx

ଶରୀରରେ କମୁଛି କି ଅମ୍ଲଜାନ ସ୍ତର; ଏମିତି କରନ୍ତୁ ଚେକ୍

Advertisement

ନୂଆଦିଲ୍ଲୀ:ଦେଶରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକମାନେ ସବୁ ପ୍ରକାରର ଚେଷ୍ଟା କରୁଛନ୍ତି। କିନ୍ତୁ ଏହା ସତ୍ତ୍ୱେ ବି ଲୋକମାନେ କରୋନାର କୋପରୁ ରକ୍ଷା ପାଇପାରୁନାାଁନ୍ତି। କରୋନାର ଏହି ଦ୍ୱିତୀୟ ଲହରରେ ଭେଣ୍ଟିଲେଟର ଅପେକ୍ଷା ରୋଗୀମାନେ ଅଧିକ ଅମ୍ଳଜାନ ଆବଶ୍ୟକ କରୁଛନ୍ତି। ହେଲେ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ସହ ଶଯ୍ୟା, ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ହେତୁ ପ୍ରତିଦିନ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି।

ଏଭଳି ପରିସ୍ଥିତିରେ ହୋମ ଆଇଶୋଲେଶନରେ ଥିବା ରୋଗୀଙ୍କ ପାଇଁ ବିପଦ ଅଧିକ ରହିଛି। ଘରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ଶରୀରରେ କମ୍ ଅମ୍ଳଜାନ ସ୍ତରର ଲକ୍ଷଣ କ’ଣ ଏବଂ କେତେବେଳେ ଡାକ୍ତରଖାନା ଯିବା ଆବଶ୍ୟକ ତାହା ଜାଣିବା ନିହାତି ଜରୁରୀ ଅଟେ। ତେବେ ଆସନ୍ତୁ ଜାଣିବା ଅମ୍ଳଜାନ ହ୍ରାସ ହେବାର ଲକ୍ଷଣ କ’ଣ ଏବଂ ଯଦି ଏହା ଘଟେ ତେବେ କ’ଣ କରିବେ।

ଲକ୍ଷଣ:

ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା: ଶରୀରରେ ହଠାତ୍ ଅମ୍ଳଜାନ ସ୍ତର କମିଗଲେ କରୋନା ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ। ରୋଗୀ ଛାତିରେ ଯନ୍ତ୍ରଣା, ଲଗାତାର କାଶ ଓ ଅଣନିଶ୍ୱାସୀ ଲାଗିବା ଓ ପ୍ରବଳ ମୁଣ୍ଡବିନ୍ଧା ଅନୁଭବ କରନ୍ତି। ତେବେ ଯଦି କରୋନା ରୋଗୀଙ୍କ ଠାରେ ଏଭଳି ଲକ୍ଷଣ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଯଥାଶୀଘ୍ର ତାଙ୍କୁ ଡାକ୍ତରଖାନାରେ କରାନ୍ତୁ।

ଚେହେରା ନୀଳ ପଡ଼ିଯିବା: ଯଦି ଶରୀରରେ ଅମ୍ଳଜାନର ଅଭାବ ଥାଏ, ତେବେ ରୋଗୀଙ୍କ ଚେହେରାର ରଙ୍ଗ ନୀଳ ହେବାକୁ ଲାଗେ ଏବଂ ଓଠ ମଧ୍ୟ ନୀଳ ହୋଇଯାଏ। ଏହାକୁ ସିଆନୋସିସ୍ ର ଲକ୍ଷଣ ବି କୁହାଯାଏ। ବାସ୍ତବରେ ସୁସ୍ଥ ଅମ୍ଳଜାନଯୁକ୍ତ ରକ୍ତ ହେତୁ ଆମ ଚର୍ମ ଲାଲ କିମ୍ବା ଗୋଲାପୀ ଦେଖାଯାଏ। କିନ୍ତୁ ଯେତେବେଳେ ଶରୀର ଅମ୍ଳଜାନ ହରାଇବାକୁ ଲାଗେ, ସେତେବେଳେ ଏହିପରି ଲକ୍ଷଣ ଦେଖାଯାଏ।

କ’ଣ କରିବେ:

ଅମ୍ଳଜାନ ସ୍ତର ଯାଞ୍ଚ କରନ୍ତୁ: ଦିଲ୍ଲୀ ଇଓଗଝର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଅନୁଯାୟୀ ହୋମ କ୍ୱାରେଣ୍ଟାଇନରେ ଥିବା ରୋଗୀମାନେ ସେମାନଙ୍କର ଅମ୍ଳଜାନ ସ୍ତରକୁ ପର୍ୟ୍ୟାୟକ୍ରମେ ଯାଞ୍ଚ କରିବା ଉଚିତ୍। ଏଥିପାଇଁ ଘରେ ଏକ ପଲ୍ସ ଅକ୍ସିମିଟର ରଖନ୍ତୁ ଏବଂ ଏହାକୁ ହାତର ଆଙ୍ଗୁଳିରେ ଲଗାଇ ଅକ୍ସିଜେନ ଲେଭଲ ମାପନ୍ତୁ। ଯଦି ଆପଣଙ୍କ ଅକ୍ସିଜେନ ଲେଭଲ୍ ୯୪ରୁ ଅଧିକ ଅଛି, ତେବେ ଆପଣ ବିପଦରୁ ଦୂରେରେ ଅଛନ୍ତି।

କେତେବେଳେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିବେ: କରୋନା ଦ୍ୱିତୀୟ ଲହରରେ ବ୍ୟକ୍ତି ସଂକ୍ରମିତ ହେବା ମାତ୍ରେ ଅକ୍ସିଜେନ ଲେଭଲ ସ୍ତର କମିଯାଉଛି। ଏଭଳି ସ୍ଥିତିରେ ରୋଗୀଙ୍କ ଝକ୍ଟ୍ରଙ୨ ସ୍ତର ଯଦି ୯୪ ରୁ ୧୦୦ ଭିତରେ ରହୁଛି ତେବେ ଏହା ସୁସ୍ଥ ଥିବାର ଲକ୍ଷଣ। କିନ୍ତୁ ଯଦି ଏହାର ଲେଭଲ ୯୪ରୁ ତଳକୁ ଯାଉଛି ତେବେ ଏହା ହାଇପୋକ୍ସୋମିଆର କାରଣ ହୋଇପାରେ। ଏଭଳି କ୍ଷେତ୍ରରେ ଆପଣଙ୍କ ଶରୀରରେ ଅନେକ ସମସ୍ୟା ହୋଇପାରେ। ଆଉ ଯଦି ଅକ୍ସିୁଜେନ ସାଚୁରେଶନ ଲେଭଲ ୯୦ରୁ ତଳକୁ ଯାଏ ତେବେ ଜୀବନ ବି ଯାଇପାରେଯ ତେଣୁ ଏଭଳି ପରିସ୍ଥିତି ଦେଖାଦେଲେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ।

ଅମ୍ଳଜାନ ସ୍ତର ୯୧ ରୁ ୯୪ ମଧ୍ୟରେ ରହିଲେ କ’ଣ କରିବେ:
ଯଦି ରୋଗୀର ଅମ୍ଳଜାନ ସ୍ତର ୯୧ ରୁ ୯୪ ମଧ୍ୟରେ ଥାଏ, ତେବେ ଘରେ ପ୍ରୋନିଂ ଏକ୍ସରସାଇଜ୍ କରନ୍ତୁ। ତେବେ ଏହି ପ୍ରେନିଂ ଏକ୍ସରସାଇଜ କେମିତି ହୁଏ ଏହାର ସୂଚନା ଆପଣ ଇଣ୍ଟରନେଟରେ ସହଜରେ ପାଇଯିବେ। ତେବେ ଏହି ବ୍ୟାାୟମ କରିବା ଦ୍ୱାରା ରୋଗୀଙ୍କ ଶରୀରର ଅ୍ଳଜାନ ସ୍ତର ବୃଦ୍ଧି ହୋଇଥାଏ।

Get real time updates directly on you device, subscribe now.