ଖରାରେ ପଡିଯାଇଥିବା ଟ୍ୟାନ୍ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ De Tan Face pack

ଘରେ ବନାନ୍ତୁ De Tan Face pack, ଚମକିବ ଚେହେରା

ଓଡ଼ିଶା ଭାସ୍କର: ଟ୍ୟାନିଂ ଆପଣଙ୍କ ତ୍ୱଚାର ରଙ୍ଗକୁ ହ୍ରାସ କରିଥାଏ। ଏହି କାରଣରୁ ସ୍କିନ ଖରାପ ହେବାକୁ ଲାଗିଥାଏ ଏବଂ ସ୍କିନ ପୋର୍ସରେ ଦାଗ ନଜର ଆସିତାଏ। ଅନେକଥର ସ୍କିନ ଡଲ୍ ହୋଇଯାଇଥାଏ। ଆପଣ ସ୍କିନକୁ ସଫା କରିବା ପାଇଁ ଏବଂ ଟ୍ୟାନିଂକୁ ଦୂର କରିବା ଲାଗି ଏହି ପରିବାର ବ୍ୟବହାର କରିପାରିବେ।

ଏଥିସହ ରୋଷେଇରେ ବ୍ୟବହୃତ ହେଉଥିବା ଏହି ଦୁଇଟି ଜିନିଷକୁ ମଧ୍ୟ ବ୍ୟବହାର କରିପାରିବେ। ଏହା ସ୍କିନକୁ ସଫା କରିବାରେ ସାହାଯ୍ୟ କରିଥାଏ। ଏଥିସହ ମୁହଁରେ ହାଇଡ୍ରେସନକୁ ଲକ କରିଥାଏ ଏବଂ ଏକ ଉଜ୍ୱଳ ତ୍ୱଚା ଫେରିପାଇବାରେ ସାହାଯ୍ୟ କରିଥାଏ।

ଟମାଟର ଡିଟ୍ୟାନ: ଟମାଟୋକୁ ଦୁଇ ଫାଳ କରି ଏତିରେ କଫି ପାଉଡର ପକାଇ ମୁହଁକୁ ସଫା କରନ୍ତୁ। ଏହାପରେ ଏଥିରେ ଆପଣ ସ୍କ୍ରବ୍ ମଧ୍ୟ କରିପାରିବେ।

ଏହା ସ୍କିନରେ ପିଗମେଟେସନକୁ କମ କରିଥାଏ ଏବଂ ଟ୍ୟାନିଂକୁ କମ କରିବାରେ ସାହାଯ୍ୟ କରିଥାଏ। ଏଥିସହ ଏହା କୋଲେଜନ ବୁଷ୍ଟ କରିଥାଏ ଏବଂ ଏଜିଙ୍ଗର ଲକ୍ଷଣକୁ କମ କରିବାରେ ସାହାଯ୍ୟ କରିଥାଏ।

ଆଳୁ ଡିଟ୍ୟାନ୍‌: ଆଳୁକୁ କାଟି ନିଅନ୍ତୁ ଏବଂ ଏଥିରେ ହାଲୁକା ହଳଦୀ ଏବଂ ମହୁ ମିଶାନ୍ତୁ। ଏହାପରେ ଏହାକୁ ସ୍କିନରେ ସ୍କ୍ରବ୍ କରନ୍ତୁ। ୫ ମିନିଟ ପରେ ମୁହଁ ସଫା ହୋଇଯିବ।