fbpx

କାହାକୁ ୫ ହଜାର ଟଙ୍କାର ଚାକିରି ମିଳୁନି ତ କାହା ଉପରେ ଟଙ୍କା ବର୍ଷା: IIIT-Lucknowର ଛାତ୍ରଙ୍କୁ ମିଳିଲା ୧.୨ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: ଆଜିକାଲିର ଜମାନାରେ କାହାକୁ ୫ ହଜାର ଟଙ୍କାର ଚାକିରିଟିଏ ମିଳୁନାହିଁ ତ କାହା ମୁଣ୍ଡରେ କୋଟି କୋଟି ଟଙ୍କା ବର୍ଷା ହେଉଛି । ଅନେକ କମ୍ପାନୀରେ କର୍ମଚାରୀମାନେ ମାସ ମାସ ଧରି ଦରମା ବୃଦ୍ଧିକୁ ନେଇ ଚାତକ ଭଳି ଚାହିଁ ରହୁଛନ୍ତି, ତଥାପି ଦରମା ବଢ଼ୁଡ଼ାହିଁ । ନିକଟରେ ଟ୍ରିପଲ ଆଟି-ଲକ୍ଷ୍ନୌର ଜଣେ ଛାତ୍ର ଏପରି କରିସ୍ମା ଦେଖାଛନ୍ତି । ଅନ୍ତରାଷ୍ଟ୍ରୀୟ କମ୍ପାନୀ ଆମାଜନ ପକ୍ଷରୁ ଉକ୍ତ ଛାତ୍ରଙ୍କୁ ୧.୨ କୋଟି ପ୍ୟାକେଜ୍ ପ୍ରଦାନ କରାଯାଇଛି । ଏହି ପ୍ୟାକେଜ୍ କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇଥିବା ସବୁଠାରୁ ବଡ଼ ପ୍ୟାକେଜ୍ ଅଟେ ।

ବିଟେକ୍ ଶେଷ ବର୍ଷର ଛାତ୍ର ଅଭିଜୀତ ଦ୍ୱିବେଦୀ ଏହି ମୋଟା ଅଙ୍କର ପ୍ୟାକେଜ୍ ପାଇଛନ୍ତି । ଅଭିଜୀତ ଆୟରଲ୍ୟାଣ୍ଡ ପାଇଁ ସଫ୍ଟୱେର ଡେଭଲପମେଣ୍ଟ ଇଞ୍ଜିନିୟର ପଦରେ ନିଯୁକ୍ତି ପାଇଛନ୍ତି । ଏହି ନିଯୁକ୍ତି ପାଇବା ସହ ଅଭିଜୀତ ପ୍ଲେସମେଣ୍ଟ ସମ୍ବନ୍ଧିତ ଅନେକ ରେକର୍ଡସ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । ଉତ୍ତରପ୍ରଦେଶର ପ୍ରୟାଗରାଜର ନିବାସୀ ଅଭିଜୀତ ସଫ୍ଟ ସ୍କିଲ ସହାୟତାରେ ଇଣ୍ଟରଭ୍ୟୁ କ୍ରାକ କରିଥିବା ଜଣାପଡ଼ିଛି ।

ଏହି ସଫଳତା ହାସଲ କରିବା ପରେ ଅଭିଜୀତ କହିଛନ୍ତି ଯେ, ସେ ଇଣ୍ଟରଭ୍ୟୁରେ ପାସ୍ କରିବା ପାଇଁ ଅନେକ ଭିଡିଓ ଦେଖିଥିଲେ । ଇଞ୍ଜିନିୟରିଂ ଗ୍ରାଜୁଏଟସମାନେ କେବଳ ଟେକ୍ନିକାଲ ଜ୍ଞାନ ଆହରଣ କଲେ ଚଳିବ ନାହିଁ, ସଫ୍ଟ ସ୍କିଲ ଇଣ୍ଟରଭ୍ୟୁରେ ଅଧିକ ଗୁରୁତ୍ୱ ରଖିଥାଏ । ଏହାଛଡ଼ା କମ୍ୟୁନିକେସନ ସ୍କିଲ ଓ ବଡି ଲାଙ୍ଗୁଏଜର ମଧ୍ୟ ସମାନ ମହତ୍ତ୍ୱ ରହିଥାଏ । ଭଲ ଚାକିରିଟିଏ ପାଇବାକୁ ହେଲେ ଇଣ୍ଟରଭ୍ୟୁ କ୍ରାକ୍ ସମ୍ବନ୍ଧିତ କିଛି ଟିପ୍ସ ନେବା ଜରୁରୀ ।

Get real time updates directly on you device, subscribe now.