fbpx

ଚଳିତ ଶିକ୍ଷାବର୍ଷରୁ ଭୁବନେଶ୍ୱର ଆଇଆଇଟିରେ ୪ ବର୍ଷିଆ ବିଏଡ୍‍ ପାଠ୍ୟକ୍ରମ ଲାଗି ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଭୁବନେଶ୍ୱର ଆଇଆଇଟିରେ ଚଳିତ ଶିକ୍ଷାବର୍ଷରୁ ୪ ବର୍ଷିଆ ବିଏଡ୍‍ ପାଠ୍ୟକ୍ରମ ଆରମ୍ଭ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ ତରଫରୁ ୪ ବର୍ଷିଆ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ବିଏଡ୍‍ ପାଠ୍ୟକ୍ରମକୁ ଭୁବନେଶ୍ୱର ଆଇଆଇଟିରେ ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଛି । ବିଏଡ୍‍ ପାଠ୍ୟକ୍ରମରେ ୫୦ଟି ସିଟ୍‍ ରହିଛି । ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ରାଷ୍ଟ୍ରୀୟ ପରୀକ୍ଷା ସଂସ୍ଥା-ଏନ୍‍ଟିଏ ଦ୍ୱାରା କରାଯିବ ।

ଏଥିପାଇଁ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ ମାସ ୧୩ ତାରିଖ ଆବେଦନର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଇଂରାଜୀ ଓ ହିନ୍ଦୀ ସହିତ ୧୩ଟି ଭାରତୀୟ ଭାଷାରେ ଦେଶର ୭୮ଟି ସହରରେ ପ୍ରବେଶିକା ପରୀକ୍ଷା କରାଯିବ ।

Get real time updates directly on you device, subscribe now.