fbpx

IIT ବୈଜ୍ଞାନିକମାନେ ସାପ ବିଷରୁ ପ୍ରସ୍ତୁତ ଏକ ‘antimicrobial peptide’: ଘା’ ଶୁଖିଯିବା ସହ ସଂକ୍ରମଣରୁ ରକ୍ଷା ମିଳିବ

Advertisement

ନୂଆଦିଲ୍ଲୀ: ଆଇଆଇଟି ଯୋଧପୁରର ବୈଜ୍ଞାନିକମାନେ ସାପ ବିଷରୁ ଏକ ‘ଆଣ୍ଟିମାଇକ୍ରୋବିଆଲ ପେପ୍ଟାଇଡ’ ପ୍ରସ୍ତୁତ କରିଛନ୍ତି । ଏହା ଶରୀରରେ ଘା’କୁ ଶୀଘ୍ର ଭଲ କରିଦେବ । ଏଥିସହିତ ସଂକ୍ରମଣକୁ ମଧ୍ୟ ରୋକି ପାରିବ । ଆଇଆଇଟି ଏହାର ପେଣ୍ଟେଣ୍ଟ ମଧ୍ୟ ନେଇଥିବା ଜଣାପଡ଼ିଛି । ପାଖାପାଖି ୪ ବର୍ଷର କଠିନ ପରିଶ୍ରମ ପରେ ବୈଜ୍ଞାନିକମାନେ ଏହି ବଡ଼ ସଫଳତା ହାସଲ କରିଛନ୍ତି ।

ଆଇଆଇଟି ଯୋଧପୁରର ବାୟୋସାଇନ୍ସ ଓ ବାୟୋଇଞ୍ଜିନିୟରିଂ ବିଭାଗ ଓ ସ୍ମାର୍ଟ ହେଲଥକେୟାର ବିଭାଗର ପ୍ରଫେସର ଡା. ସୁରଜିତ ଘୋଷଙ୍କ ମୁତାବକ, ବର୍ତ୍ତମାନ ସମୟରେ ଆଣ୍ଟିମାଇକ୍ରୋବିଆଲ ରୋଗାଣୁରୋଧୀର ସମସ୍ୟା ବଢ଼ିବାରେ ଲାଗିଛି । ଏଥିସହିତ ଆଣ୍ଟିବାୟୋଟିକ ମେଡିସିନର ଅଭାବ ରହିଛି । ତେଣୁ ଏପରି ସ୍ଥିତିରେ ରୋଗାଣୁରୋଧୀ ପେପ୍ଟାଇଡସ ନୂଆ ବାୟୋସେଡଲ ଏଜେଣ୍ଟ ଜୈବନାଶକ ଭାବେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

ଏହି ପେପ୍ଟାଇଡ ଦ୍ୱାରା ନିମୋନିଆ, ଏମଆରଏସଏ, ଏରୁଗିନୋସା ପରି ଗ୍ରାମ-ପଜିଟିଭ ଓ ଗ୍ରାମ-ନେଗେଟିଭ ବ୍ୟାକ୍ଟେରିଆକୁ ନଷ୍ଟ କରାଯାଇ ପାରିବ । ଜହରର ତୀବ୍ରତାକୁ କମ କରିବା ଉଦ୍ଦେଶ୍ୟରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଅଧ୍ୟୟନ କରାଯାଇ ପ୍ରସ୍ତୁତ କରାଯାଇଛି । ନୂଆ ପେପ୍ଟାଇଡ ପ୍ରସ୍ତୁତ କରିବା ପାଇଁ ବିଷର ମୁଖ୍ୟ ବିଷାକ୍ତ ଅଂଶକୁ ନଷ୍ଟ କରାଯାଇଥିଲା । ମାତ୍ର ବିଷର ଯେଉଁ ଅଂଶ ଆମ ପାଇଁ ଦରକାର ଥିଲା ତାହାକୁ ଶରୀରରେ ପହଞ୍ଚାଇବା ପାଇଁ ଏକ ହେଲିକଲ ଶର୍ଟ ପେପ୍ଟାଇଟକୁ ଯୋଡ଼ାଯାଇଥିଲା । ଏହାପରେ ଅଲଗା ଅଲଗା ପ୍ରକାରର ପରୀକ୍ଷଣ କରାଯାଇଥିଲା ବୋଲି ଡା. ଘୋଷ କରିଛନ୍ତି ।

Get real time updates directly on you device, subscribe now.