ଗୋ-ମୂତ୍ରର ରହିଛି ଔଷଧୀୟ ଗୁଣ, ପିଇଲେ ଗାଏବ ହୋଇଯାଉଛି ଜ୍ବର: IIT ମାଡ୍ରାସ ନିର୍ଦ୍ଦେଶକ
ଗୋମୂତ୍ରର ଗୁଣ ବଖାଣିଲେ ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ । ଏହା ପିଇଲେ ଜ୍ବର ଭଲ ହୋଇଯାଉଥିବା ସେ କହିଛନ୍ତି ।
ନୂଆଦିଲ୍ଲୀ: ଗୋମୂତ୍ରକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ । ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ବି କାମାକୋଟି ଗୋମୂତ୍ରକୁ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଭିଡିଓରେ ଦେଖାଯାଇଛି ଯେ, ସେ ଏକ କାର୍ଯ୍ୟକ୍ରମରେ ଗୋମୂତ୍ରର ଔଷଧୀୟ ଗୁଣ ବିଷୟରେ ବୁଝାଉଛନ୍ତି । ଏହାକୁ କଂଗ୍ରେସ ନେତା କାର୍ତ୍ତି ପି ଚିଦାମ୍ବରମ ବିରୋଧ କରିଛନ୍ତି ।
Peddling pseudoscience by @iitmadras Director is most unbecoming @IMAIndiaOrg https://t.co/ukB0jwBh8G
— Karti P Chidambaram (@KartiPC) January 18, 2025
କଣ କହିଲେ ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ- ଭିଡିଓରେ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ କହୁଛନ୍ତି ଯେ ଗୋମୂତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଫଙ୍ଗାଲ୍ ଏବଂ ପାଚନ ତନ୍ତ୍ରକୁ ସଜାଡ଼ି ରଖିବାର ଗୁଣ ରହିଛି । ପାଚନ ସମସ୍ୟା (ଇରିଟେବଲ୍ ବାୱେଲ୍ ସିଣ୍ଡ୍ରୋମ୍) ଭଳି ପରିସ୍ଥିତିରେ ଗୋମୁତ୍ର ବହୁତ ଉପଯୋଗୀ। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ।
ମୂତ୍ର ପିଇ ସୁସ୍ଥ ହୋଇଯାଇଥିଲେ ସନ୍ୟାସୀ- କୁହାଯାଏ ଯେ କାମକୋଟି ଜାନୁଆରୀ 15 ତାରିଖରେ ମଟ୍ଟୁ ପୋଙ୍ଗଲ ଅବସରରେ ଆୟୋଜିତ ଏକ ଗୋ ସଂରକ୍ଷଣ କର୍ମଶାଳାରେ ଏହି ବକ୍ତବ୍ୟ ଦେଇଥିଲେ । ଜଣେ ସନ୍ନ୍ୟାସୀଙ୍କ କାହାଣୀ ବର୍ଣ୍ଣନା କରି ସେ କହିଲେ ଯେ, ସନ୍ନ୍ୟାସୀଙ୍କୁ ପ୍ରବଳ ଜ୍ୱର ହେବାରୁ ସେ ଗୋମୁତ୍ର ପିଇଥିଲେ ଏବଂ ସେ ସୁସ୍ଥ ହୋଇଯାଇଥିଲେ । ସୂତ୍ର ଅନୁସାରେ ନିର୍ଦ୍ଦେଶକ କାମକୋଟି ଗୋଶାଳା କାର୍ଯ୍ୟକ୍ରମରେ ଗୋମୂତ୍ର ବିଷୟରେ କହିଥିଲେ ଏବଂ ନିଜକୁ ଜଣେ ଜୈବିକ ଚାଷୀ ବୋଲି କହିଥିଲେ ।
କଂଗ୍ରେସ ନେତା କାର୍ତ୍ତି ପି ଚିଦାମ୍ବରମ ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ସେ X ରେ ଲେଖିଥିଲେ ଯେ IIT ମାଡ୍ରାସର ନିର୍ଦ୍ଦେଶକ ସୁଡ଼ୋ ବିଜ୍ଞାନକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ବହୁତ ଅଭଦ୍ର । ଏହା IMA ପାଇଁ ଅତ୍ୟନ୍ତ ଅପମାନଜନକ ।