fbpx

“ଏହି କଥା ମୁଁ ବାରମ୍ବାର କହିବି..”: ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଉପରେ କହିଲେ DMK ନେତା ଉଦୟନିଧି

Advertisement

ନୂଆଦିଲ୍ଲୀ: ତାମିଲନାଡୁର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ‘ସନାତନ ଧର୍ମ ଧ୍ୱଂସ ହେବ’ ବୋଲି ଦେଇଥିବା ବାୟାନକୁ ନେଇ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ସେ ପୁଣି ଥରେ ନିଜ କଥାରେ ଅଟଳ ରହିବାକୁ କହିଛନ୍ତି । ସେ କହିଛନ୍ତି ଯେ ମୁଁ ଏହାକୁ ବାରମ୍ବାର କହିବି । ଯଦିଓ ଷ୍ଟାଲିନ ଏହା ମଧ୍ୟ କହିଛନ୍ତି ଯେ ସେ କେବଳ ଜାତି ଭେଦଭାବକୁ ନିନ୍ଦା କରିଛନ୍ତି ।

ସେ କହିଛନ୍ତି, “ଗତକାଲି ମୁଁ ଏକ କାର୍ଯ୍ୟକ୍ରମରେ (ସନାତନ ଧର୍ମ) ବିଷୟରେ କହିଥିଲି । ମୁଁ ଯାହା କହିଥିଲି, ମୁଁ ସମାନ କଥାକୁ ବାରମ୍ବାର ପୁନରାବୃତ୍ତି କରିବି । ମୁଁ କେବଳ ହିନ୍ଦୁ ଧର୍ମ ନୁହେଁ ବରଂ ଏଥିରେ ଥିବା ସମସ୍ତ ଧର୍ମକୁ ଅନ୍ତର୍ଭୁକ୍ତ କରିଥିଲି । ଏହାକୁ ଅନେକ ନିନ୍ଦା କରାଯାଇଛି ।”

ଏହାପୂର୍ବରୁ ସେ କହିଥିଲେ ଯେ ଜାତିଗତ ସ୍ତରର ପୃଷ୍ଠଭୂମିରେ ତାଙ୍କର ମନ୍ତବ୍ୟ ନିଆଯାଉ । ତେବେ ଏକାଠି ହେଉଥିବା ବିରୋଧୀ ମାନଙ୍କୁ ଅଲଗା କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥୀବା ସେ କହିଛନ୍ତି ।

Get real time updates directly on you device, subscribe now.