fbpx

ବେଆଇନ ବନ୍ଧୁକ କାରବାର ଘଟଣା: ୩ ଦିନିଆ ରିମାଣ୍ଡରେ ଡି-ବ୍ରଦର୍ସ

Advertisement

ଭୁବନେଶ୍ୱର, ୨୪ା୧୨ (ଓଡିଶା ଭାସ୍କର): କମିଶନରେଟ ପୋଲିସ ଡି-ବ୍ରସର୍ଦଙ୍କୁ ରିମାଣ୍ଡରେ ନେବ । ଏନେଇ ବାଲେଶ୍ୱର ଓ ବଲାଙ୍ଗୀର ଜେଲରୁ ଦୁଇଭାଇଙ୍କୁ ଅଣାଯାଇଛି । ତେବେ ବନ୍ଧୁକ ଜବତ ଘଟଣା ବିଷୟରେ ପଚରାଉଚରା କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

କିଛିଦିନ ପୂର୍ବରୁ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କ କଟକ ବାସଭବନରୁ ବିପୁଳ ପରିମାଣରେ ବନ୍ଧୁକ ଜବତ କରାଯାଇଥିଲା । ଜେଲରେ ଦୁଇ ଭାଇ ଥାଇ ମଧ୍ୟ ଏହି ବନ୍ଧୁକ କାରବାର ଚଳାଇଥିଲେ । ତେଣୁ ସେ ଦୁହିଁଙ୍କୁ ରିମାଣ୍ଡରେ ନେବା ପାଇଁ କମିଶନରେଟ ପୋଲିସ ଆବେଦନ କରିଥିଲା ।

ଆଜି ଜେଏମଏଫସି କୋର୍ଟ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ତେବେ ଦୁଇ ଭାତ୍ରାଙ୍କୁ କଟକର ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି । ଡି-ବ୍ରଦର୍ସଙ୍କର ସିଡିଏ ସ୍ଥିତ ବାସଭବନକୁ ମଧ୍ୟ ପୋଲିସ ତଦନ୍ତ ପରିସରକୁ ନେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.