fbpx

ପ୍ରବଳ ବର୍ଷାରେ ବେହାଲ ହେଉଛି ସାରା ଓଡିଶା: ପୁଣିଥରେ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବଷ ଯୋଗୁଁ ସାରା ରାଜ୍ୟ ବେହାଲ ହୋଇପଡିଛି । ତୁହାକୁ ତୁହା ବର୍ଷା ସାଙ୍ଗକୁ ରାସ୍ତାରେ ପାଣି ଜମୁଥିବା ବେଳେ ଅନେକ ଲୋକଙ୍କ ଘରେ ପାଣି ମଧ୍ୟ ପଶିଗଲାଣି । ଏମିତିକି ପାଣିପାଗ ବିଭାଗ ମଧ୍ୟ ମଧ୍ୟମ ଧରଣର ବନ୍ୟା ନେଇ ସତର୍କ ସୂଚନା ଜାରି କରିଛନ୍ତି । ଏଥି ସହ ୧୧ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଏବଂ ୧୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ । ଏହାମଧ୍ୟରେ ୧୧ଟି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ଏବଂ ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ସହିତ ସୋନପୁର ରେଡ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବରଗଡ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ଦେବଗଡ ଏବଂ କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲା ଇତ୍ୟାଦି ରେଡ ୱାର୍ଣ୍ଣିଂ ତାଲିକାରେ ରହିଛନ୍ତି । ଏହି ଜିଲ୍ଲାମାନଙ୍କରେ ଆସନ୍ତା କିଛି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ଅନ୍ୟ ପକ୍ଷରେ ଆସନ୍ତା ୨୪ ଘଣ୍ଟା ପାଇଁ ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି । କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ପୁରୀ ସମେତ ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ନୟାଗଡ ଓ ଗଞ୍ଜାମ ଜିଲ୍ଲା ଆଦିକୁ ଅରେଞ୍ଜ ୱାର୍ଣ୍ଣିଂର ଅନ୍ତର୍ଭୁକ୍ତ କରାଯାଇଛି । ଏସବୁ ଜିଲ୍ଲା ବ୍ୟତୀତ ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନାଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାପରେ ନବରଙ୍ଗପୁର, ବୌଦ୍ଧ, ଢେଙ୍କାନାଳ ଏବଂ ମୟୁରଭଞ୍ଜ ଆଦି ଜିଲ୍ଲାରେ ଅରେଞ୍ଜ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.