fbpx

(Video) ଆସୁଛି ମହାବାତ୍ୟା! ଅକ୍ଟୋବର 29 ନେଇ ଛାତିରେ ପଶିଲାଣି ଛନକା, ମରିଯିବେ ଶହଶହ…

ଭୁବନେଶ୍ବର(ଓଡିଶା ଭାସ୍କର): ଅକ୍ଟୋବର ମାସ ଆସିଲେ ଲୋକଙ୍କ ମନରେ ବାତ୍ୟାକୁ ନେଇ ଛନକା ପସିଥାଏ । ମୌସୁମୀ ଫେରିବା ନେଇ ପାଗ ପୁରା ଅନୁକୂଳ ଥିବା ବେଳେ ଏପଟେ ବଢିଲାଣି ବାତ୍ୟାର ଭୟ । ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି ଅକ୍ଟୋବର ୨୯ ତାରିଖ ଉପରେ । ଧିରେଧିରେ ପାଗରେ ପରିବର୍ତ୍ତନ ହେଉଥିବା ବେଳେ ଆରବ ସାଗରରେ ସୃଷ୍ଟି ହୋଇ ସାରିଛି ଅବପାତ । ଅନ୍ୟପଟେ ୧୪ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଅବପାତ । ତେବେ ତାହା ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ଅକ୍ଟୋବର ୨୯ ପାଇଁ ସମସ୍ତଙ୍କ ମନରେ ଛନକା ପସିଛି । ଘନିଭୂତ ହୋଇ କେଉଁଆଡକୁ ଗତି କରିବ ଏହାର ପ୍ରଭାବ ଜିଲ୍ଲାଗୁଡିକ ଉପରେ କଣ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇ ପାରିନିି । ଯଦି ଓଡିଶା ମୁହାଁ ହେବ ତେବେ ସ୍ଥିତି ସଙ୍ଗୀନ ହୋଇଯିବ । ତେବେ ଆସନ୍ତା ୭ ଦିନ ପର‌୍ୟ୍ୟନ୍ତ ବାତ୍ୟା ବିପଦ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ, ଅକ୍ଟୋବର 10ରୁ 15 ଭିତରେ ମୌସୁମୀ ଓଡିଶାରୁ ବିଦାୟ ନେବ । ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଗେଶ, ଝାଡଖଣ୍ଡ, ବିହାରର ଅନେକ ସ୍ଥାନରୁ ଏହା ଫେରିଯାଇଛି । ମୈସୁମୀ ଫେରିଯିବା ମାନେ ଏହା ନୁହେଁ ଯେ, ଆଉ ବର୍ଷା କି ଲଘୁଚାପ ହେବ ନାହିଁ । ଆମେ ଏହା ଉପରେ ନଜର ରଖିଛୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.