fbpx

ରାଜଧାନୀକୁ ଫେରିଲା ମୌସୂମୀ: ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୁଧବାର ହୋଲିରେ ମୌସୂମୀର ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳିଛି । ହାଲକା ଖରା ପରେ ସନ୍ଧ୍ୟା ସମୟରେ ପବନର ବେଗରେ ବୃଦ୍ଧି ଅନୁଭୂତ ହୋଇଥିଲା । ଏଥିସହିତ ଦିଲ୍ଲୀରେ ବର୍ଷା ହେବାରୁ ତାପମାତ୍ରାରେ ହ୍ରାସ ଘଟିଛି । ତେବେ ଏହା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ହୋଲିରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ।

ଆଜି ଦିନରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୫.୪ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହାସହ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ସପ୍ତାହାନ୍ତ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀରେ ପହଞ୍ଚିପାରେ । ଚଳିତବର୍ଷ ଫେବୃଆରୀରେ ଦିଲ୍ଲୀର ହାରାହାରି ସର୍ବାଧିକ ତାପମାତ୍ରା ୨୭.୭ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ତେବେ ଗତ ୬୩ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏହି ମାସର ତାପମାତ୍ରା ରେକର୍ଡ ହୋଇଛି ।

ରାଜଧାନୀ ଦିଲ୍ଲୀରେ ୧୯୬୯ ମସିହା ପରେ ଚଳିତବର୍ଷ ଫେବୃଆରୀ ୨୦ ତାରିଖରେ ରେକର୍ଡ ହୋଇଛି ତୃତୀୟ ସର୍ବାଧିକ ତାପମାତ୍ରା । ଏହି ଦିନ ସଫଦରଜଙ୍ଗରେ ସର୍ବାଧିକ ତାପମାତ୍ରା ୩୩.୬ ଡିଗ୍ରୀ ସେଲସିୟସ ରହିଥିଲା । ମୌସୂମୀ ବିଜ୍ଞାନ କାର୍ଯ୍ୟାଳୟ ଅନୁସାରେ, ମାର୍ଚ୍ଚ ଏବଂ ମେ ମାସ ମଧ୍ୟରେ ଲୁ’ ନେଇ ସମ୍ଭାବନା ଜାରି କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.