fbpx

IMF Prediction: ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର GDP ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିପାରେ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ ଏପରି ଅନୁମାନ କରାଯାଇଛି । ଭାରତର ଜିଡିପି ଅଭିବୃଦ୍ଧି ହାର ଆର୍ଥିକ ବର୍ଷ ୨୦୨୪ରେ ୫.୯ ପ୍ରତିଶତ ରହିବ ବୋଲି ଗତ ଏପ୍ରିଲରେ ଆଇଏମଏଫ ପକ୍ଷରୁ କୁହାଯାଇଥିଲା । ତେବେ ଆଇଏମଏଫର ଏହି ପୂର୍ବାନୁମାନ ଭାରତର ଅର୍ଥନୀତିର ଅଭିବୃଦ୍ଧି ପାଇଁ ଏକ ଶୁଭ ସଙ୍କେତ ପ୍ରଦାନ ଦେଇଛି ।

ଭାରତର ଜିଡିପି ଅଭିବୃଦ୍ଧି ହାର ୫.୯ ପ୍ରତିଶତ ରହିବା ନେଇ ପୂର୍ବରୁ ଆଇଏମଏଫ ପୂର୍ବାନୁମାନ କରିଥିବା ବେଳେ ଏବେ ୬.୧ ପ୍ରତିଶତ ରହିବ ବୋଲି କୁହାଯାଇଛି । ତେବେ ଆଇଏମଏଫ୍ ପକ୍ଷରୁ ଭାରତର ଜିଡିପିରେ ୨୦ ବେସିସ୍ ପଏଣ୍ଟ ବୃଦ୍ଧି ହେବା ନେଇ ଅନୁମାନ କରାଯାଇଛି । ଘରୋଇ ନିବେଶ କାରଣରୁ ଆର୍ଥିକ ବିକାଶ ହାର ଅଧିକ ରହିବାର ସମ୍ଭାବନା ଥିବାରୁ ଭାରତର ଅଭିବୃଦ୍ଧି ନେଇ ଏପରି ଅନୁମାନ କରାଯାଇଛି । ଆଇଏମଏଫର ନିଜର ଅପଡେଟେଡ୍ ବିଶ୍ୱ ଅର୍ଥନୈତିକ ଆଉଟଲୁକ ରିପୋର୍ଟରେ ଏହା କୁହାଯାଇଛି ।

ତେବେ ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନୁମାନ କରାଯାଇଥିବା ଅଭିବୃଦ୍ଧି ହାର ଠାରୁ ଆଇଏମଏଫର ଅନୁମାନ ହାର କମ୍ ରହିଛି । ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ ବୋଲି ଆରବିଆଇ ଅନୁମାନ କରିଛି । ଭାରତ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଅଭିବୃଦ୍ଧି ଶାନଦାର ରହିଛି । ଏହି ଅବଧିରେ ଡିଜିପି ଅଭିବୃଦ୍ଧି ହାର ୬.୧ଚ ପ୍ରତିଶତ ରହିଛି । ଫଳରେ ଭାରତର ଜିଡିପି ୭.୨ ପ୍ରତିଶତ ରହିଛି । ଆର୍ଥିକ ବିକାଶର ଏହି ଗତି ୨୦୨୩-୨୪ର ପ୍ରଥମ ତିନିମାସରେ ଶାନଦାର ରହିବା ନେଇ ଆଶା କରାଯାଉଛି । ଏହି ଅବଧିରେ ଭାରତର ଜିଡିପି ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ ବୋଲି ଆରବିଆଇ ଅନୁମାନ କରିଛି ।

Get real time updates directly on you device, subscribe now.