fbpx

ଦିଲ୍ଲୀ ଏନସିଆରରେ ଶୀତର ପ୍ରଭାବ, ଜାଣନ୍ତୁ ରାଜ୍ୟରେ କିପରି ରହିବ ପାଣିପାଗ

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ଶୀତ ଆରମ୍ଭ ହୋଇଛି । ସକାଳୁ ଉଠି ୱାର୍କରେ ଯାଉଥିବା ଲୋକଙ୍କ ପାଇଁ ଏବେ ଗରମ ପୋଷାକର ଆବଶ୍ୟକତା ପଡିବ । ରାତିରେ ଆଉ ପଙ୍ଖାର ଆବଶ୍ୟକ ପଡିବ ନାହିଁ କିମ୍ବା ଚାଦର ଘୋଡାଇ ହେବା ଆବଶ୍ୟକ ପଡିବ ନାହିଁ । କିନ୍ତୁ ଦିନରେ ଖରାର ପ୍ରକୋପ ଜାରି ରହିଛି ଏବଂ ଏହା ଦ୍ୱାରା ଗରମ ମଧ୍ୟ ହେଉଛି । ପାଣିପାଗ ବିଭାଗ କହିବା ଅନୁସାରେ ଏବେ ଗରମ ଏବଂ ଶୀତ ଲାଗି ରହିବ । କିନ୍ତୁ ସକାଳେ ଏବଂ ସନ୍ଧ୍ୟାରେ ଥାଣ୍ଡା ଅଭୁଭୂତ ହେବ । ତେବେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷାର କୌଣସି ପ୍ରଭାବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଶନିବାର ଦିନ ଏଠାରେ ତାପମାତ୍ରା ସର୍ବାଧିକ ୩୬ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ସେଲସିୟସ ରହିବ । ପାଣିପାଗ ବିଭାଗ ଅନୁସାରେ ଦିଲ୍ଲୀ ଏନସିଆରରେ ଥଣ୍ଡା ଧିରେ ଧିରେ ବଢିବ କିନ୍ତୁ ଦ୍ୱିପହର ସମୟରେ କିଛି ମାତ୍ରାରେ ଗରମ ହୋଇପାରେ ।

ଉତ୍ତରପ୍ରଦେଶରେ ଶନିବାର ଏବଂ ରବିବାର ପାଣିପାଗରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ । ଏହା ଦ୍ୱାରା ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ । ଦେଖିବାକୁ ଗଲେ ମୌସୁମୀ ଏବେ ବିଦାୟ ନେଉଛି । ଏହା ଦ୍ୱାରା ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଲକ୍ଷେ୍ନøରେ ଆଜି ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବିହାରର ପାଣିପାଗରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ୧ରୁ ୪ ଅକ୍ଟୋବର ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ପାଣିପାଗ ପରିବର୍ତ୍ତନ ୩୦ସେପ୍ଟେମ୍ବରରୁ ଦେଖିବାକୁ ମିଳିବ । ଏଠାରେ ଅନେକ ସ୍ଥାନରେ ୟୋଲୋ ଆଲର୍ଟ ଜାରି କରାଯାଇଛି । ୩୦ ସେପ୍ଟେମ୍ବରରେ ପାଟନା,ବକ୍ସର, ଗୟା ସମତେ ଅନେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।ମଧ୍ୟପ୍ରଦେଶରେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇଛି । ଶୁକ୍ରବାର ରାଜ୍ୟରେ ୮ ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.