ନୂଆଦିଲ୍ଲୀ- ଆପଣଙ୍କ ପାଖରେ ସେଭିଂ ଆକାଉଣ୍ଟ ଅଛି ଯଦି ଜାଣିନିଅନ୍ତୁ ଆୟକର ବିଭାଗର ନିୟମ । ସେଭିଂସ ଆକାଉଣ୍ଟରେ ଟଙ୍କା ଜମାକରୁଥିଲେ ଏହି ସବୁ ସମସ୍ୟା ଭୋଗିପାରନ୍ତି । ଏହାକୁ ନେଇ କଣ କହୁଛନ୍ତି ଫାଇନାନ୍ସ ଏକ୍ସପର୍ଟ ଆସନ୍ତୁ ଜାଣିବା ।
ଏକ୍ସପର୍ଟଙ୍କ ମୁତାବକ, ଏପ୍ରିଲ ୧ରୁ ମାର୍ଚ୍ଚ ୩୧, ଗୋଟିଏ ଆର୍ଥିକ ବର୍ଷ ଭିତରେ ଆପଣଙ୍କ ସେଭିଂସ ଖାତାରେ ଜମା ଓ ଉଠାଣ ରାଶି ୧୦ ଲକ୍ଷରୁ ଅଧିକ ହେବା ଅନୁଚିତ୍ । ଯଦି ଏହି ସୀମା ପାର କରିଯାଏ ଆପଣଙ୍କ ନେଣ, ଦେଣ ତେବେ ବ୍ୟାଙ୍କ ଆପଣଙ୍କ ତଥ୍ୟ ଆୟକର ବିଭାଗକୁ ପ୍ରଦାନ କରିବ । ଏହା ବ୍ୟତୀତ ଆୟକର ନିୟମର ଧାରା ୨୬୯ ଏସଟି ଅନ୍ତର୍ଗତ ଗୋଟିଏ ଦିନରେ କୌଣସି ବ୍ୟକ୍ତି ୨ ଲକ୍ଷ ବା ତାଠୁ ଅଧିକ ଟଙ୍କା ଡିପୋଜିଟ କରିବା ଉପରେ ପ୍ରତିବନ୍ଧକ ରହିଛି ।
ଏହି ଆକାଉଣ୍ଟରେ ଗୋଟିଏ ଦିନରେ ୫୦ହଜାରରୁ ଅଧିକ ରାଶି ଜମା କରିବାକୁ ହେଲେ ନିଜର ପ୍ୟାନ କାର୍ଡର ତଥ୍ୟ ଦେବା ବାଧ୍ୟତାମୂଳକ । ପ୍ୟାନ ନ ହେବା ସ୍ଥିତିରେ ଆପଣଙ୍କୁ ଫର୍ମ ୬୦ ବା ୬୧ ଜମା କରିବାକୁ ହେବ । ଏହା ବ୍ୟତୀତ ୧୦ ଲକ୍ଷ ବା ତାଠାରୁ ଅଧିକ ଟଙ୍କା ଲେଣ ଦେଣକୁ ଉଚ୍ଚ ନେଣଦେଣ ବର୍ଗରେ ସାମିଲ କରାଯାଏ । ଏହି ସୂଚନା ବ୍ୟାଙ୍କ ଆୟକର ବିଭାଗକୁ ଧାରା ୧୧୪ ବି ଅନ୍ତର୍ଗତ ଇନକମ ଟାକ୍ସ ବିଭାଗକୁ ପ୍ରଦାନ କରିଥାଏ ।
ଏପରି କରିବା ପରେ ଆୟକରର ନୋଟିସ ଆପଣଙ୍କୁ ମିଳିବାର ବହୁ ସମ୍ଭାବନା ରହିଛି । ଏପରି ହେଲେ ଆପଣଙ୍କୁ ଧନ ଆସୁଥିବା ଉତ୍ସ ସମ୍ପର୍କିତ ଦସ୍ତାବିଜ ଉପସ୍ଥାପନ କରିବାକୁ ହେବ । ଏଥିରେ ବ୍ୟାଙ୍କ ଷ୍ଟେଟମେଣ୍ଟ, ନିବେଶ ରେକର୍ଡ, ସମ୍ପତ୍ତି ସମ୍ପର୍କିତ କାଗଜକୁ ସାମିଲ କରିପାରିବେ । ତେବେ ଅର୍ଥ ସମ୍ବନ୍ଧରେ କୌଣସି ସନ୍ଦେହ ଥିଲେ ଜଣେ ଅନୁଭବୀ ଅର୍ଥ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଏକ୍ସପର୍ଟ ପରାମର୍ଶ ଦେଉଛନ୍ତି ।