ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଚଳିତ ସରକାରର ବସିବ ଶେଷ କ୍ୟାବିନେଟ୍। ଏକାଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଶେଷ କ୍ୟାବିନେଟ ଥିବାରୁ ରାଜ୍ୟବାସୀଙ୍କ ରହିବ ନଜର । ବିଭିନ୍ନ ବିଭାଗର ଦାବି ନେଇ ହୋଇପାରେ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ନଗର ଉନ୍ନୟ, ବାଣିଜ୍ୟ ଓ ପରିବହନ ସମେତ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଂଜୁରୀ ମିଳିବାର ଆଶା କରାଯାଉଛି ।