ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବ୍ୟକ୍ତି ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ କାର୍ଯ୍ୟଭାର ଯୋଗୁଁ ଅଧିକ ଚାପଗ୍ରସ୍ତ ଅନୁଭବ କରିଥାଏ । ବେଳେ ବେଳେ ନିଜ ଖାଇବା ପିଇବାର ଦାୟିତ୍ୱ ନେବାରେ ବି ଅବହେଳା କରିଥାଏ । ଫଳରେ ଶରୀର ଅଧିକ ଥକିଯିବା, ଅନିଦ୍ରତା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଏଥିମଧ୍ୟରେ ଡାଇବେଟିସ୍ ଏବଂ BP ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି । ବେଳେ ବେଳେ ଗୋଟିଏ ଦିନରେ ମଧ୍ୟ BP ଫ୍ଲକଚୁଏଟ୍ କରିଥାଏ । ଏହା ଏକ ସାଧାରଣ ପ୍ରକ୍ରିୟା ଅଟେ । ଏହା ଦ୍ୱାରା ହୃଦୟ, ମସ୍ତିଷ୍କ ଏବଂ ଫୁସଫୁସକୁ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ଏବଂ ଅମ୍ଳଯାନ ମିଳିଥାଏ । ଶରୀରର ସ୍ଥିତି ଅନୁଯାୟୀ BP ଆପେ ଆପେ ଆଡଜଷ୍ଟ ହୋଇଥାଏ । ତେବେ ଉଭୟ ହାଇ BPଏବଂ ଲୋ BP ରିସ୍କି ଅଟେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଆମ ହୃଦୟ ପ୍ରାୟ ୭୩% ଜଳରେ ତିଆରି ହୋଇଛି । ତେଣୁ BPକୁ ନିୟନ୍ତ୍ରଣ କରିବା ପାଇଁ ପାଣିରୁ ଉତ୍ତମ ବିକଳ୍ପ ଅନ୍ୟ କିଛି ନାହିଁ । ଅନେକ ଅଧ୍ୟୟନରୁ ମଧ୍ୟ ପ୍ରକାଶ କି ପାଣିରେ ଥିବା କ୍ୟାଲସିୟମ ଏବଂ ମ୍ୟାଗନେସିୟମ ଭଳି ମିନେରାଲ୍ସ ରକ୍ତଚାପକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ । କୌଣସି କାରଣ ଅଧିକ ପାଣି ନପିଇପାରିଲେ ଏହା ପରିବର୍ତ୍ତେ ହେଲ୍ଦୀ ଲିକ୍ୱିଡ୍ ସେବନ କରିପାରନ୍ତି । ଲେମ୍ବୁ ରସ, ପଇଡ଼ ପାଣି, କାକୁଡ଼ି, ସତେଜ ଫଳ, ସୁପ୍ , କ୍ଷୀର, ଦହି ଇତ୍ୟାଦି । ଏହା ଦ୍ୱାରା ଶରୀର ଜଳର ଆପୂର୍ତ୍ତିକୁ ପୂରଣ କରିଥାଏ ।
ପାଣି ପିଇବା ଦ୍ୱାରା ରକ୍ତଚାପ କିପରି ନିୟନ୍ତ୍ରିତ ରହିଥାଏ ?
୧. ପାଣି ରକ୍ତବାହୀ(blood vessels)କୁ ଆରାମ ପ୍ରଦାନ କରିଥାଏ । ଫଳରେ ରକ୍ତଚାପ ହ୍ରାସ ପାଇଥାଏ ।
୨. ପାଣି ରକ୍ତକୁ ପତଳା କରି ଶିରାରେ ରକ୍ତ ସଂଚାଳନକୁ ସହଜ କରିଥାଏ । ଫଳରେ BPର ରିସ୍କ କମିଥାଏ ।
୩. ପାଣି ଶରୀରରେ ଥିବା ଟକ୍ସିକ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ । ଏହା ଦ୍ୱାରା BP ନିୟନ୍ତ୍ରିତ ରହିଥାଏ ।
୪. ପାଣି ହୃଦୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।
ଜୀବନଶୈଳୀରେ ପରିବର୍ତ୍ତନ ଏବଂ ସନ୍ତୁଳିତ ଆହାର ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ । ନିୟମିତ ଅତିକମରେ ୩୦ ମିନିଟ ପର୍ଯ୍ୟନ୍ତ ବ୍ୟାୟାମ, ୱାକ୍, ମେଡିଟେସନ୍ ଏବଂ ଯୋଗାଭ୍ୟାସ କରନ୍ତୁ । ଯେତେଦୂର ସମ୍ଭବ ଷ୍ଟ୍ରେସ୍ କମ୍ ନିଅନ୍ତୁ ଏବଂ ଅଧିକ ଲୁଣ ଏବଂ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ ।