fbpx

ପାକିସ୍ତାନରେ ଖୋଲାଖୋଲି ଭାବେ ଚାଲିଛି ସାଂସଦଙ୍କ ଘୋଡା ବେପାର- ଇମ୍ରାନ

Advertisement

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶର ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିରାଶା ପ୍ରକାଶ କରିଛନ୍ତି । ଯେଉଁଥିରେ କୋର୍ଟ ତାଙ୍କ ରାୟରେ ପାକିସ୍ତାନ ଜାତୀୟ ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତି ଆରିଫ ଅଲ୍ବିଙ୍କୁ ଦିଆଯାଇଥିବା ପରାମର୍ଶକୁ ଅସମ୍ବିଧାନିକ କହି ଖାରଜ କରି ଦେଇଥିଲେ । ଏଥି ସହିତ ଇମ୍ରାନ କହିଛନ୍ତି ଯେ ବିଦେଶୀ ଷଡ଼ଯନ୍ତ୍ରକୁ କାହିଁକି ସୁପ୍ରିମକୋର୍ଟ ଦେଖୁ ନାହାନ୍ତି ।

ଏହା ପରେ ସେ କହିଥିଲେ ଯେ ‘ଦେଶରେ ଖୋଲାଖୋଲି ଭାବରେ ସାଂସଦଙ୍କ ଘୋଡା ବେବାର କରାଯାଉଛି । ଏଥି ପ୍ରତି ସୁପ୍ରିମକୋର୍ଟ ଧ୍ୟାନ ଦେବା ଆବଶ୍ୟକ । ବିରୋଧୀ ମାନଙ୍କୁ ବିକ୍ରି କରାଯାଇଛି ।

ତେବେ ଇମ୍ରାନ ତାଙ୍କର ଏହି ଭାବପ୍ରବଣ ଅଭିଭାଷଣରେ ପୁଣି ଥରେ ଭାରତର ପ୍ରଶଂସା କରିଛନ୍ତି । ସେ ହିନ୍ଦୁସ୍ତାନର ନାମ ନେଇ କହିଥିଲେ ଯେ ତାଙ୍କୁ ଭାରତରୁ ବହୁତ୍ ସମ୍ମାନ ମିଳିଛି । ସେ ଭାରତକୁ ଏକ ନିସ୍ୱାର୍ଥପର ଦେଶ ଭାବରେ ବର୍ଣ୍ଣନା କରିଛନ୍ତି । ଏଥି ସହିତ ସେ ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.