fbpx

Dry Day List 2023: ଆସନ୍ତାବର୍ଷ କେତେଦିନ ମଦ ଦୋକାନ ବନ୍ଦ ରହିବ, ଜାରିହେଲା ତାଲିକା

Advertisement

ନୂଆଦିଲ୍ଲୀ: ଆଉ ମାତ୍ର ଗୋଟିଏ ଦିନ ପରେ ନୂଆ ବର୍ଷ ୨୦୨୩ ପାଦ ଥାପିବ । ତେଣୁ ନୂଆବର୍ଷ ସେଲିବ୍ରେସନ ପାଇଁ ବହୁ ମାତ୍ରାରେ ମଦ ବିକ୍ରି ହେବ । ତେବେ ବର୍ଷର ଏପରି କିଛି ଦିନ ରହିଛି ଯେଉଁ ଦିନ କି ମଦ ବିକ୍ରି ହୁଏ ନାହିଁ । ଏହି ଦିନଟିକୁ ‘ଡ୍ରାଇ ଡେ’ କୁହାଯାଇଥାଏ । ଅନେକ ସମୟରେ କିଛି ଲୋକ ମଦ ଦୋକାକୁ ମଦ କିଣିବାକୁ ଯାଇ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଥାନ୍ତି । ନୂଆବର୍ଷ ୨୦୨୩ରେ କେତେଦିନ ପାଇଁ ମଦ ଦୋକାନରେ ମଦ ବିକ୍ରି ବନ୍ଦ ରହିବ ତା’ର ଲିଷ୍ଟ ଆସିଯାଇଛି ।

ଭାରତର ସମସ୍ତ ରାଜ୍ୟର ପ୍ରମୁଖ ରାଷ୍ଟ୍ରୀୟ ପବପର୍ବାଣୀ ଓ ଗଣତନ୍ତ୍ର ଦିବସ (ଜାନୁଆରୀ ୨୬), ସ୍ୱାଧିନତା ଦିବସ (ଅଗଷ୍ଟ ୧୫), ଗାନ୍ଧି ଜୟନ୍ତୀ (ଅକ୍ଟୋବର ୨) ତାରିଖକୁ ଡ୍ରାଇ ଡେ ଭାବେ ଘୋଷଣା କରାଯାଇଛି । ଏହି ଡ୍ରାଇ ଡେ’ର ତାରିଖ ଅଲଗା ଅଲଗା ରାଜ୍ୟର ସ୍ଥାନୀୟ ପର୍ବ, ଉତ୍ସବ ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ ।

ଯେଉଁ ରାଜ୍ୟର ଯେଉଁ ସହରରେ ଡ୍ରାଇ ଡେ ହୋଇଥାଏ, ସେଠାରେ ମଦ ଦୋକାନରେ ମଦ ବିକ୍ରି ବନ୍ଦ କରାଯାଇଥାଏ । ଏହାଛଡ଼ା ଯେଉଁ ଅଞ୍ଚଳରେ ଭୋଟିଂ ଚାଲିଥାଏ, ସେଠାରେ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଉପରେ ରୋକ ଲଗାଯାଇଥାଏ । ବିହାର ଓ ଗୁଜରାଟ ପରି ଡ୍ରାଇ ଷ୍ଟେଟରେ ଅଫିସିଆଲ ଭାବେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥାଏ । ବିଭିନ୍ନ ରାଜ୍ୟର ପବିତ୍ର ଦିବସ ଅବସରରେ ବର୍ଷର କିଛି ଖାସ୍ ଦିନମାନଙ୍କରେ ଡ୍ରାଇ ଡେ ରଖାଯାଇଥାଏ ।

Get real time updates directly on you device, subscribe now.