fbpx

୨୪ ଘଣ୍ଟାରେ ପୁଣି ୪ ଜଣ ସ୍କ୍ରବ ଟାଇଫସ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮

ସୁନ୍ଦରଗଡ଼ : ଦିନକରେ ପୁଣି ୪ ଜଣ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮ରେ ପହଞ୍ଚିଲାଣି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏହି ରୋଗରେ ଆଉ ଲାଗୁନି ବ୍ରେକ । ଦିନକୁି ଦିନ ନିଜର କାୟା ବିସ୍ତାର କରୁଛନ୍ତି ଏହି କୀଟ । ଏହି ରୋଗ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ପରିମାଣରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ରାଜ୍ୟରେ ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ପରି ଭାବରେ ଟାଇଫସ ରୋଗର ପଜିଟିଭ ସଂଖ୍ୟା ୩୦୪ରେ ପହଞ୍ଚିଥିବା ବେଳେ ଆଜି ତାହା ବୃଦ୍ଧି ପାଇ ୩୦୮ ହୋଇଯାଇଛି ।

ଏହି ରୋଗ କେବଳ ସୁନ୍ଦରଗଡ଼ ନୁହେଁ ବଲାଙ୍ଗିର ଏବଂ ବରଗଡ଼ରେ ମଧ୍ୟ ଆତଙ୍କ ଖେଳାଉଛି । ପଶ୍ଚିମ ଓଡିଶା ପରେ ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Get real time updates directly on you device, subscribe now.