fbpx

ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି! ପ୍ରଥମ ଥର ଆତ୍ମହତ୍ୟା କଲା ରୋବୋଟ୍, କାର୍ଯ୍ୟ ଚାପ କାରଣରୁ ନେଲା ଏହି ପଦକ୍ଷେପ

Advertisement

ନୂଆଦିଲ୍ଲୀ: ଆମର ଦୈନନ୍ଦିନ ଜୀବନରେ ଆତ୍ମହତ୍ୟା ସହ ଜଡ଼ିତ ଅନେକ ମାମଲା ସାମ୍ନାକୁ ଆସିଥାଏ । ପାରିବାରିକ, ରିଲେନସିପ, ଆର୍ଥିକ ସମସ୍ୟା ଆଦି ବିଭିନ୍ନ କାରଣରୁ ଲୋକମାନେ ନିଜ ଜୀବନକୁ ହାରିବାକୁ ପଛାଇ ନଥାନ୍ତି । ତେବେ ଏହା ମଧ୍ୟରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ପ୍ରଥମ ଥର ଗୋଟିଏ ରୋବୋଟ୍ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । କାର୍ଯ୍ୟ ଚାପ କାରଣରୁ ଦକ୍ଷିଣ କୋରିଆରେ ଗୋଟିଏ ରୋବୋଟ ନିଜକୁ ସିଡ଼ିରେ ଖସାଇ ସୁଇସାଇଡ୍ କରିଥିବା କୁହାଯାଉଛି ।

ଏକ ରିପୋର୍ଟ ମୁତାବକ, ଆତ୍ମହତ୍ୟା କରିଥିବା ରୋବୋଟ ଦକ୍ଷିଣ କୋରିଆରେ ନଗର ନିଗମ କାର୍ଯ୍ୟରେ ସହାୟତା କରୁଥିଲା । ଗତ ଏକ ବର୍ଷ ହେଲା ଗୁମୀ ସହରବାସୀଙ୍କ ପ୍ରଶାନିକ କାର୍ଯ୍ୟରେ ରୋବୋଟ ସହଯୋଗ କରିଆସୁଥିବା ନଗର ନିଗମ ଟିମର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଗତ ସପ୍ତହାରେ ସିଡ଼ି ତଳେ ରୋବୋଟକୁ ନିଷ୍କ୍ରିୟ ଅବସ୍ଥାରେ ଦେଖିବାକୁ ମିଳିଥିଲା । ରୋବୋଟ ନିଜକୁ ତଳେ ପକାଇବା ପୂର୍ବରୁ ଏଣେତେଣେ ବୁଲୁଥିବାର ଦେଖାଯାଇଥିଲା । କିଛି ଗଡ଼ବଡ଼ି ଯେପରି ନହେବ ସେଥିପାଇଁ ସେ ଆତ୍ମହତ୍ୟା ପୂର୍ବରୁ ଏପରି କରିଥିଲା । ଘଟଣାର ପରିସ୍ଥିତି ବିଷୟରେ ଜାଣିବା ପାଇଁ ଯାଞ୍ଚ କରାଯାଉଛି ।

ରୋବୋଟ ଆତ୍ମହତ୍ୟା କରିବା ପରେ ତା’ର ପାର୍ଟସକୁ ଏକତ୍ର କରାଯାଇଛି । ରୋବୋଟକୁ ଡିଜାଇନ କରିଥିବା କମ୍ପାନୀ ଏବେ ଏହି ସବୁ ପାର୍ଟସକୁ ବିଶ୍ଲେଷଣ କରିବ । କାଲିଫର୍ଣ୍ଣିଆର ବିୟର ରୋବୋଟିକ୍ସ ଦ୍ୱାରା ଏହି ରୋବୋଟ ବିକଶିତ ହୋଇଥିବା ବେଳ ସେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରୁଥିଲା । ତା’ର ନିଜର ପବ୍ଲିକ ସର୍ଭିସ କୋର୍ଡ ମଧ୍ୟ ରହିଥିଲା । ଗୋଟିଏ ମହଲା ପର୍ଯ୍ୟନ୍ତ ସୀମିତ ଥିବା ଅନ୍ୟ ରୋବୋଟସର ବିପରୀତ ଏହା ଲେଫ୍ଟ (ଏଲିଭେଟର)କୁ ଡାକି ପାରୁଥିଲା ଓ ପ୍ଲୋର୍ସରେ ଉପରୁ ତଳ ପର୍ଯ୍ୟନ୍ତ ଯାଇ ପାରୁଥିଲା । ତେବେ ରୋବୋଟ ପାଇଁ କାମ ବହୁତ କଠିନ ଥିଲା ବୋଲି ଜଣେ ପତ୍ରକାର କହିଛନ୍ତି ।

Get real time updates directly on you device, subscribe now.