fbpx

କର୍ଡେଲିଆ ପରେ ଏୟାର ଇଣ୍ଡିଆ: ଅମୃତସରରେ ବିମାନରେ ୧୨୫ ଯାତ୍ରୀ କରୋନା ପଜିଟିଭ

ପଞ୍ଜାବ: ଏୟାର ଇଣ୍ଡିଆର ଇଟାଲୀରୁ-ଅମୃତସର ଯାତ୍ରା କରିଥିବା ୧୨୫ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ଅମୃତସର ଏୟାରପୋର୍ଟରେ କୋଭିଡ ଟେଷ୍ଟ କରାଯାଇଥିଲା । ବିମାନରେ ୧୭୯ ଯାତ୍ରୀ ଯାତ୍ରା କରିଥିଲେ । ଏୟାରପୋର୍ଟରେ ସେମାନଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ଏୟାରପୋର୍ଟ ଡାଇରେକ୍ଟର ବିକେ ସେଠ୍ କହିଛନ୍ତି ଯେ ସମସ୍ତ ପିଜିଟିଭ ଯାତ୍ରୀଙ୍କୁ ଆଇସୋଲେସନ ରଖାଯାଇଛି । ସେମାନଙ୍କୁ ଆଇସୋଲେସନରେ ସେଣ୍ଟରକୁ ପଠାଯାଇଛି । ସେମାନଙ୍କ ସାମ୍ପଲ ପାଇଁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା କହିଛନ୍ତି ଏୟାରପୋର୍ଟ ଡାଇରେକ୍ଟର ।

ସୂଚନା ଅନୁଯାୟୀ, ଇଟାଲୀ ମିଲାନ ସହରରୁ ଅମୃତସର ଆସିଥିବା ନନ୍ ସିଡ୍ୟୁଲ ଚାର୍ଟର୍ଡ ଫ୍ଲାଇଟ (YU-୬୬୧) ର ଯାତ୍ରୀଙ୍କର ଯାଞ୍ଚ କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୧୨୫ ଜଣ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା । ୧୨୫ ଜଣକୁ ଆଇସୋଲେସନରେ ପଠାଯାଇଥିବାବେଳେ ନେଗେଟିଭ୍ ଆସିଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟର ପଠାଯାଇଛି । ସେପଟେ ଏୟାରପୋର୍ଟରେ ଯେପରି ସଂକ୍ରମଣ ନବ୍ୟାପିବ ସେଥିପାଇଁ ଯାତ୍ରୀମାନଙ୍କୁ ବାହାରକୁ ବାହାର କରାଯାଇଛି ।

Get real time updates directly on you device, subscribe now.