fbpx

‘ରାଧେ’ ଲିକ୍; ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ସଲମାନଙ୍କ ମ୍ୟାନେଜର୍ ଥାନାରେ କଲେ ଅଭିଯୋଗ

ମୁମ୍ବାଇ,୧୭/୫(ଓଡିଶା ଭାସ୍କର) : ସୁପରଷ୍ଟାର୍ ସଲମାନ ଖାନଙ୍କ ମୁଭି ‘ରାଧେ’ ରିଲିଜ୍ ହେବା ପୂର୍ବରୁ ହିଁ ବେଶ୍ ଚର୍ଚ୍ଚାରେ ରହି ଆସିଛି । କୋଭିଡ୍ ସମୟରେ ବିଭିନ୍ନ ପ୍ରାୟତଃ ସବୁ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିବା ବେଳେ ଏହି ଫିଲ୍ମକୁ ସଲମାନ୍ ଓଟିଟି ପ୍ଲାଟ୍ ଫର୍ମରେ ରିଲିଜ୍ କରାଇଛନ୍ତି । ରିଲିଜ୍ ହେବା ପୂର୍ବରୁ ଏଥିରେ ଥିବା ଗୀତ ଗୁଡିକ ପାଇଁ ଫିଲ୍ମଟି ବେଶ୍ ଲୋକପ୍ରିୟତା ସାଉଁଟିଥିବା ବେଳେ ରିଲିଜ୍ ହେବା ପରେ ଏହାକୁ ଦେଖିବା ପାଇଁ ଲୋକେ ସୋସିଆଲ ମିଡିଆରେ ବେଶ୍ ଆଗ୍ରହୀ ଅଛନ୍ତି । ତେବେ ଫିଲ୍ମଟି ରିଲିଜ୍ ହେବା ପରେ କିଛି ପାଇରେଟଡ୍ ସାଇଟ୍ ରେ ଏହା ଲିକ୍ ହୋଇ ଯାଇଛି । ଯାହା ପରେ ସଲମାନ୍ ଖୁବ୍ ଭଡକି ଯାଇଛନ୍ତି ।

ଫିଲ୍ମକୁ ନେଇ ଦର୍ଶକ ମାନଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଥିଲା । ଯଦ୍ୱାରା ଜି ପ୍ଲେକ୍ସ ର ସର୍ଭର କ୍ରାସ୍ ହୋଇ ଯାଇଥିଲା । ତେବେ କିଛି ୟୁଜର୍ ଏହାକୁ ପାଇରେଟଡ୍ ସାଇଟ୍ ରୁ ଡାଉନଲୋଡ୍ କରି ଦେଖିବାକୁ ଚେଷ୍ଟା କରିଛନ୍ତି । ଯାହା ଫଳରେ ସଲମାନ ଟୁଇଟ୍ କରି ତାଙ୍କ ଫ୍ୟାନ୍ସ ମାନଙ୍କୁ ଏହି ପାଇରେଟଡ୍ ସାଇଟ୍ ରୁ ନ ଦେଖିବାକୁ ଅପିଲ୍ କରିଥିଲେ । ଆଉ ଯଦି କିଏ ଏହା କରେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏବେ ଏହାକୁ ନେଇ ଆଉ ଏକ ବଡ ଖବର ସାମନାକୁ ଆସିଛି । ସଲମାନଙ୍କ ମ୍ୟାନେଜର୍ ଫିଲ୍ମକୁ ପାଇରେସି କରିଥିବା ଲୋକଙ୍କ ବିରୋଧରେ ମୁମ୍ବାଇର ସାଇବର୍ ପୋଲିସ୍ ଷ୍ଟେସନ୍ ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ବଲିଉଡର ଭାଇଜାନ୍ ସଲମାନଙ୍କ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’ କୁ ଦେଖିବା ପାଇଁ ଫ୍ୟାନ୍ସ ମାନେ ଅନେକ ଦିନରୁ ଅପେକ୍ଷା କରିଥିବା ବେଳେ ଏହା ମେ ୧୩ ତାରିଖରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଇଥିଲା । ହେଲେ କିଛି ସମୟ ପରେ ଜଣାପଡିଥିଲା ଯେ ଏହା ସୋସିଆଲ ମିଡିଆରେ ଲିକ୍ ହୋଇ ଯାଇଛି । ସୁଚନା ଅନୁସାରେ, ଇନଟର୍ନେଟ୍ ରେ ବିଭିନ୍ନ ସାଇଟ୍ ରେ ଏହାକୁ ଲିକ୍ କରିଦିଆଯାଇଥିଲା । ଯାହାପରେ ସଲମାନ ଆକ୍ସନ୍ ମୋଡ୍ କୁ ଆସି ଯାଇଥିଲେ । ସେ ଏହା ବିରୋଧରେ କେସ୍ କରିବେ ବୋଲି ମଧ୍ୟ କହିଥିଲେ । ଏହା ମଧ୍ୟରେ ଖବର ଆସି ପହଞ୍ଚିଛି ଯେ, ତାଙ୍କ ମ୍ୟାନେଜର୍ ପାଇରେଟଡ୍ ସାଇଟ୍ ବିରୋଧରେ ମୁମ୍ବାଇର ସାଇବର୍ ପୋଲିସ୍ ଷ୍ଟେସନ୍ ରେ ଅଭିଯୋଗ କରିଛନ୍ତି । ଏ ନେଇ ସାଇବର୍ ବ୍ରାଞ୍ଚର ଡିସିପି କହିଛନ୍ତି ଯେ, ତାଙ୍କ ପାଖକୁ ଏକ ଲିଖିତ ଅଭିଯୋଗ ଆସିଛି । ଯାହାର ତଦନ୍ତ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.