fbpx

ଫିଲ୍ମ ଷ୍ଟାଇଲରେ ଗୁଣ୍ଡାଗର୍ଦ୍ଦି, ବେକରେ ଚେନ୍ ବାନ୍ଧି ଯୁବକଙ୍କୁ କୁକୁର ପରି ଟାଣି ଟାଣି ନେବା ସହ ଭୋକିବାକୁ କହିଲେ

Advertisement

ଭୋପାଳ: ଫିଲ୍ମ ଷ୍ଟାଇଲରେ ଗୁଣ୍ଡାଗର୍ଦ୍ଦି କରିବା ଓ ମାନବିକତାର ସବୁ ସୀମା ଟପି ଯାଇଥିବା ଭଳି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । କିଛି ଲୋକ ଜଣେ ଯୁବକଙ୍କ ବେକରେ ବେଲ୍ଟ ବାନ୍ଧି ତାଙ୍କୁ କୁକୁର ହେବାକୁ କହିବା ସହ କୁକୁର ପରି ଭୋକିବାକୁ ବି କହିଥିଲେ ।

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ଏହି ଭିଡିଓଟି ଆସିଥିବା ବେଳେ ଏହା ଏବେ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ କିଛି ଲୋକ ଜଣେ ଯୁବକଙ୍କ ବେକରେ ଦୌଡିି ପକାଇ କୁକୁର ପରି ଆଚରଣ କରିବାକୁ ବାଧ୍ୟ କରୁଛନ୍ତି । ଏହା ସହିତ କୌଣସି କଥା ଲାଗି ତାଙ୍କୁ କ୍ଷମା ମାଗିବାକୁ ବି କହୁଛନ୍ତି । ଏମାନଙ୍କ କବଜାରେ ଫସିଯାଇଥିବା ଯୁବକ ତାକୁ ମୁକ୍ତ କରିଦେବାକୁ ବିକଳ ହେଉଥିବା ଦେଖାଯାଉଛି । ଘଟଣା ବିଷୟରେ ଜଣାପଡିବା ପରେ ପୋଲିସ କେସ୍ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଆପଣ ଦେଖି ପାରିବେ ହାତରେ ବେଲ୍ଟ ଧରି କିଛି ଲୋକ ଯୁବକଙ୍କୁ ମାରିବାର ଧମକ ଦେଉଛନ୍ତି । ଗୁଣ୍ଡାଙ୍କ କବଜାରେ ଫସିଯାଇଥିବା ଯୁବକ ମୁକ୍ତି ପାଇଁ ବିକଳ ହେଉଥିବା ଦେଖାଯାଉଛି । ଭିଡିଓ ଭାଇରାଲ୍ ହେବା ପରେ ସବୁଠି ଏପରି ଘଟଣାକୁ ନେଇ ଚର୍ଚ୍ଚା ବଢିଯାଇଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ଏହା ବହୁତ ଗମ୍ଭୀର ଘଟଣା । ଜଣେ ମଣିଷ ସହ ଏପରି ବ୍ୟବହାର ନିନ୍ଦନୀୟ । ଭୋପାଳ ପୋଲିସ କମିଶନରଙ୍କୁ ଏହି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ୩ ଅଭିଯୁକ୍ତ ସମୀର, ସାଜିଦ ଓ ଫୈଜାନଙ୍କୁ ପୋଲିସ ଗିରଫ କରିଛି ।

 

Get real time updates directly on you device, subscribe now.