fbpx

ପାଞ୍ଚ ଦିନରେ ଦୁଇଜଣଙ୍କୁ ବିବାହ କଲେ ଯୁବକ, ଜାଣନ୍ତୁ କାହିଁକି

Advertisement

ଇନ୍ଦୋର, ୨୧ା୧୨: ଭାରତୀୟ ସମାଜରେ ବିବାହ ହେଉଛି ଏକ ପବିତ୍ର ସମ୍ପର୍କ । ଗୋଟିଏ ପୁରୁଷ ଜଣେ ନାରୀଙ୍କୁ ବିବାହ କରିବା ଆଇନ ଅନୁଯାୟୀ ବୈଧ । କିନ୍ତୁ ମଧ୍ୟପ୍ରଦେଶର ଜଣେ ଯୁବକ ୫ ଦିନରେ ଦୁଇଜଣ ମହିଳାଙ୍କୁ ବିବାହ କରିଥିବା ଜଣାପଡ଼ିଛି । ଏହି ଘଟଣା ଜଣାପଡ଼ିବା ପରେ ଜଣେ ମହିଳାଙ୍କ ପକ୍ଷରୁ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ଇନ୍ଦୋରର ଜଣେ ୨୬ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ଦୁଇଜଣଙ୍କୁ ବିବାହ କରିଥିବା ଜଣାପଡ଼ିଛି । ସେ ଡିସେମ୍ବର ୨ ତାରିଖରେ ଖାଣ୍ଡୱା ଅଞ୍ଚଳର ଜଣେ ଯୁବତୀ ଓ ଡିସେମ୍ବର ୭ ତାରିଖରେ ଅନ୍ୟ ଅଞ୍ଚଳର ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ପ୍ରଥମ ଯୁବତୀଙ୍କ ପରିବାର ଲୋକେ ଯୁବକ ଜଣକର ଦ୍ୱିତୀୟ ବିବାହର ଫଟୋ ଦେଖିବା ପରେ ଠକାମି ଜାଣିପାରିଥିଲେ । ବାଧ୍ୟହୋଇ ସେମାନେ ଯୁବକଙ୍କ ନାମରେ ଥାନାରେ ଏତଲା ଦାୟର କରିଥିଲେ ।

ତେବେ ପ୍ରଥମ ଯୁବତୀଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ସେମାନେ ବିବାହ ସମୟରେ ବରପକ୍ଷଙ୍କୁ ୧୦ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଉପକରଣ ଦେଇଥିଲେ । ତେବେ ଡିସେମ୍ବର ୭ ପରଠାରୁ ଅଭିଯୁକ୍ତ ଯୁବକର ଫୋନ ସ୍ୱିଚ ଅଫ୍ ରହିଛି । ପୋଲିସ ଯୁବକ ଜଣକୁ ଖୋଜୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.