fbpx

ଖାଲି ପେଟରେ ରମ୍ ପିଇଲେ ହୋଇପାରେ ଏହି ସମସ୍ୟା: ଜାଣନ୍ତୁ କେମିତି ଓ କେତେ ମାତ୍ରାରେ ପିଇବେ ରମ୍

ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । କିନ୍ତ ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ରାମବାଣ ସାଜିଥାଏ ରମ୍‌(Rum) । ବିଶେଷ କରି ପାହାଡ଼ୀ ବା ବରଫ ଅଞ୍ଚଳରେ ଏହାର ପ୍ରଚଳନ ଅଧିକ । ରିପୋର୍ଟ ଅନୁଯାୟୀ ‘ରମ୍‌’ ଆଖୁ ରସରେ କାରିବିଆନ୍ (Caribbean) ଶୈଳୀରେ ତିଆରି ହୋଇଥାଏ । ମେକ୍ସିକୋ, ମଧ୍ୟ ଆମେରିକା ସମେତ ଅନ୍ୟ ଅଞ୍ଚଳରେ ଏହାର ଉତ୍ପାଦନ କରାଯାଏ । ‘ରମ୍‌’ ଏକ ଗ୍ଲୁଟେନ୍ ଫ୍ରି ମଦ ଅଟେ ।
ବିଶେଷ କରି ଶୀତ ଦିନେ ଅଧିକାଂଶ ଲୋକ ରମ୍ ପିଇବାକୁ ପସନ୍ଦ କରିଥାନ୍ତି । ସଠିକ୍ ପରିମାଣରେ ରମ୍ ପିଇବା ଦ୍ୱାରା ମାଂସପେଶୀର ଯନ୍ତ୍ରଣାରୁ ଉପସମ ମିଳିଥାଏ । ଆବଶ୍ୟକ ଠାରୁି ଅଧିକ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହେବା ପରିବର୍ତ୍ତେ କ୍ଷତିକାରକ ହୋଇପାରେ ।

ତେବେ ଆସନ୍ତୁ ଜାଣିବା ରମ୍ ପିଇବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ବିଷୟରେ:

– ଶୀତ ଦିନେ ନିୟମିତ ୧-୨ ପେଗ୍ କିମ୍ବା ୩୦ରୁ ୪୫ ଏମ୍‌ଏଲ୍ ରମ୍ ପିଇ ପାରିବେ । ଏହା ଠାରୁ ଅଧିକ ପିଇବେ ନାହିଁ । ଏହା ଯେମିତି ଅଭ୍ୟାସରେ ପରିଣତ ନ ହୁଏ ସେଥିପ୍ରତି ଧ୍ୟାନ ଦେବେ ।

– ଅଧିକ ମାତ୍ରାରେ ‘ରମ’ର ସେବନ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ । ବାନ୍ତି ବା ଝାଡ଼ା ସମସ୍ୟ ଦେଖାଦେଇପାରେ ।

– ଥଣ୍ଡା ରମ୍ ଆଦୌ ପିଅନ୍ତୁ ନାହିଁ । ଏହା ଦ୍ୱାରା ଥଣ୍ଡା ଏବଂ କାଶର ସମସ୍ୟା ଦେଖାଦେଇ ପାରେ । ‘ରମ’କୁ ଫ୍ରିଜରେ ରଖିବା ପରିବର୍ତ୍ତେ ରୁମ୍ ତାପମାତ୍ରାରେ ରଖନ୍ତୁ ।

– ଶରୀରରୁ ଗରମ ରଖିବା ପାଇଁ ରମକୁ ଅଳ୍ପ ମାତ୍ରାରେ ଧିରେ ଧିରେ ପିଇବା ଉଚିତ । ଏକା ଥରକେ ପିଇଲେ ନିଶା ହୋଇଯିବ ।

– ଡ଼ାକ୍ତରଙ୍କ ମତରେ ଅଳ୍ପ ମାତ୍ରାରେ ରମର ସେବନ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ସହ ହୃଦରୋଗ ଏବଂ କ୍ୟାନସର ଭଳି ଜଟିଳ ରୋଗ ହେବାର ଆଶଙ୍କା କମ କରିଥାଏ ।

– ଖାଲି ପେଟରେ ରମ୍ ପିଇବା ଠାରୁ ନିବୃତ୍ତ ରୁହନ୍ତୁ । ଏପରି କଲେ ଅଧିକ ନିଶା ଓ ହ୍ୟାଙ୍ଗ୍‌ଓଭର ହୋଇପାରେ । ଖାଲି ପେଟରେ ରମ୍ ସେବନ କଲେ ଯକୃତ ଉପରେ ପ୍ରଭାବ ପଡ଼ିବା ସହ, ମୁଣ୍ଡ ବୁଲାଇବା, ବାନ୍ତି ବା ଝାଡ଼ା ହେବା ପରି ସମସ୍ୟା ଦେଖା ଦେଇଥାଏ ।

Get real time updates directly on you device, subscribe now.