ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଭାରତ ପ୍ରଭାବିତ, ଏତିକି ବିମାନ ଉଡ଼ାଣ ବାତିଲ୍
ଇରାନ-ଇସ୍ରାଏଲ ଯୁଦ୍ଧ ପାଇଁ ଏତିକି ବିମାନ ଉଡ଼ାଣ ବାତିଲ
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଭାରତରେ ପ୍ରଭାବ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆର ୧୭ଟି ବିମାନ ବାତିଲ ହୋଇଛି। ଇଣ୍ଡିଗୋର ୮ଟି ବିମାନ ବାତିଲ। ଦିଲ୍ଲୀ ବିମାନବନ୍ଦରକୁ ଆସିବାକୁ ଥିବା ଅନେକ ବିମାନ ବାତିଲ ହୋଇଛି। ଏୟାର ସ୍ପେଶ୍ ବନ୍ଦ ହେବାରୁ ଉଡ଼ାଣକୁ ବାତିଲ କରାଯାଇଥିବା ସୂଚନା ମିଳିଛି।
ଆବୁଧାବିକୁ ଉଡ଼ାଣ ବାତିଲ: ଭୁବନେଶ୍ୱରରୁ ଆବୁଧାବିକୁ ଉଡାଣ ବାତିଲ୍ କରାଯାଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଉଡ଼ାଣ ବାତିଲ କରାଯାଇଛି। ଉଭୟ ପଟୁ ଉଡ଼ାଣ ବାତିଲ୍ କରିଲା ଇଣ୍ଡିଗୋ।
ଏହା ବ୍ୟତୀତ ବିମାନ ଯାତ୍ରା ବେଳେ ମଝି ଆକାଶରେ ଯାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନରେ ୧୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ୬ ଜଣ କ୍ରୁ ମେମ୍ବରଙ୍କ ସମେତ ୧୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ମୁଣ୍ଡ ବୁଲାଇବା ସହ ବିମାନ ଭିତରେ ବାନ୍ତିକଲେ ଯାତ୍ରୀ।
ଖାଦ୍ୟ ବିଷପ୍ରକ୍ରିୟାକରଣ ପାଇଁ ଏମାନେ ଅସୁସ୍ଥ ହୋଇଥିବା ଆଶଙ୍କା କରାଯାଉଛି। ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ, ୧୧ ଜଣଙ୍କ ମଧ୍ୟରୁ ଦୁଇଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ପ୍ରଥମେ ଅସୁସ୍ଥତା ଅନୁଭବ କରୁଥିଲେ। ଏମାନଙ୍କୁ ପ୍ରଥମେ ମେଡିକାଲ ରୁମକୁ ନିଆଯାଇଥିଲା। ଏହାପରେ ଅନ୍ୟମାନେ ଅସୁସ୍ଥ ହୋଇପଡ଼ିଲେ।
ବିମାନ ଚଳାଚଳ କମ୍ପାନୀ କହିଛି ଯେ, ବିମାନ ସୁରକ୍ଷିତ ଭାବେ ମୁମ୍ବାଇରେ ଅବତରଣ କରିଛି। ଏହାପରେ ଏୟାର ଇଣ୍ଡିଆର ମେଡିକାଲ ଟିମ ସଙ୍ଗେ ସଙ୍ଗେ ଚିକିତ୍ସା ସହାୟତା ପ୍ରଦାନ କରିବା ଲାଗି ପ୍ରସ୍ତୁତ ଥିଲା।