fbpx

ଭାରତୀୟ ସେନାକୁ ବଡ ସଫଳତା: ବର୍ଷକରେ ମାରିଲେଣି ୧୭୫ ଆତଙ୍କୀ, ଜୀଅନ୍ତା ଧରାପଡିଛନ୍ତି ୧୮୩

ନୂଆଦିଲ୍ଲୀ: କେନ୍ଦ୍ରୀୟ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ଜାମ୍ମୁ କାଶ୍ମୀରରେ ବିଗତ ଏକ ବର୍ଷ ମଧ୍ୟରେ ସିଆରପିଏଫ୍ ପକ୍ଷରୁ ୧୭୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଗୁରୁବାର ସିଆରପିଏଫ୍ ମହା ନିର୍ଦ୍ଦେଶକ କୁଲଦୀପ ସିଂ ଏହି ସୂଚନା ଦେଇଛନ୍ତି । ଏହା ସହିତ ନିପାତ ହୋଇଥିବା ଆତଙ୍କୀଙ୍କ ଠାରୁ ଅଧିକ ସଂଖ୍ୟାରେ ଆତଙ୍କୀଙ୍କୁ ଜୀଅନ୍ତା ଧରାଯାଇ ପାରିଛି । ୧୮୩ ଜଣ ଆତଙ୍କୀଙ୍କୁ ଜୀବନ୍ତ ଧରାଯାଇଥିବା ନେଇ ସିଆରପିଏଫ୍ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ବାମପନ୍ଥ ଉଗ୍ରବାଦରେ ସମ୍ପୃକ୍ତ ୧୯ ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିବା ବେଳେ ୬୯୯ ଜଣଙ୍କୁ ଗିରଫ କରାଯାଇଛି । ମାର୍ଚ୍ଚ୧, ୨୦୨୧ରୁ ମାର୍ଚ୍ଚ ୧୬, ୨୦୨୨ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡିଛି ।

ଆସନ୍ତା ଶନିବାର ଦିନ ସିଆରପିଏଫର ୮୩ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଥିବା ବେଳେ ଜମ୍ମୁର ଏମଏ ଷ୍ଟାଡିୟମରେ ପରେଡ ଅନୁଷ୍ଠିତ ହେବ । ଏହି ପରେଡରେ ପ୍ରଥମ ଥର ପାଇଁ ଦିଲ୍ଲୀ-ଏନସିଆର ବାହାରେ ସିଆରପିଏଫର ପ୍ରତିଷ୍ଠା ଦିବସ ପାଳିତ ହେବ । ଜାମ୍ମୁ କାଶ୍ମୀରରେ ସ୍ଥିତି ସୁଧୁରିବା ଏକ ଭଲ ସଙ୍କେତ ବୋଲି କହିଛନ୍ତି ସିଆରପିଏଫ୍ ଡିଜି କୁଲଦୀପ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ୫ଟି ରାଜ୍ୟରେ ସିଆରପିଏଫ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଆପଣା ଯାଇଥିଲା । ଏହି ସମୟ ସୀମା ମଧ୍ୟରେ ୪୧ ଜଣଙ୍କ ପାଇଁ ଭିଆଇପି ସୁରକ୍ଷ ବ୍ୟବସ୍ଥା ଆପଣାଯାଇଥିଲା । ନିର୍ବାଚନ ପରେ ଏଥି ମଧ୍ୟରୁ ୨୭ ଜଣଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଥିଲା । ଧାରା ୩୭୦ ଉଚ୍ଛେଦ ହେବା ପରେ ରାଜ୍ୟରେ ଆତଙ୍କୀ ଆକ୍ରମଣ ଏବଂ ଅନୁପ୍ରବେଶ ସଂଖ୍ୟାରେ ହ୍ରାସ ଘଟିଥିବା ନେଇ ସୂଚନା ଦେଇଛନ୍ତି ସିଆରପିଏଫ୍ ଡିଜି ।

Get real time updates directly on you device, subscribe now.