ଶ୍ବଶୁର ଘର ଗାଁରେ ଜ୍ବାଇଁପୁଅକୁ ନିସ୍ତୁକ ମାଡ଼, ରାତି ସାରା ଖୁଣ୍ଟରେ ବାନ୍ଧି ପିଟିଲେ ଶାଶୁଘର ଲୋକେ

ଅଡ଼ବା ଥାନା ଗରଡ଼ମା ଗାଁରେ ଜ୍ବାଇଁପୁଅକୁ ମାଡ଼ ।

ଭୁବନେଶ୍ବର: ଗଜପତି ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଡ଼ବା ଥାନା ଗରଡ଼ମା ଗାଁରେ ଜ୍ବାଇଁପୁଅକୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ରାସନ ଚାଉଳ ନେବାକୁ ଆସିଥିଲେ ଜ୍ବାଇଁପୁଅ । ଜ୍ବାଇଁକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଶ୍ବଶୁର ଘର ଲୋକେ । ଯୁବକଜଣକ ହେଉଛନ୍ତି ବୁଡୁଶିଳ ଗ୍ରାମର ଜଳନ୍ତ ବଳିଆରସିଂ ।

ରାତି ସାରା ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ପୋଲିସ ଖବର ପାଇ ସକାଳେ ଗାଁରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା ।

ଖବର ଅନୁାରେ, ସ୍ବାମୀ ସ୍ତ୍ରୀ ବର୍ତ୍ତମାନ ଅଲଗା ରହୁଛନ୍ତି । ଏହି ମାମଲା କୋର୍ଟରେ ବିଚାରଧିନ ରହିଛି । ବର୍ତ୍ତମାନ ଜ୍ବାଇଁପୁଅ ଗରଡ଼ମା ପଞ୍ଚାୟତକୁ ଆସିଥିବା ବେଳେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ତେବେ ଏହି ଘଟଣାରେ ପୋଲିସ ଯୁବକଙ୍କୁ ଉଦ୍ଧାର କରିଥିବା ବେଳେ ଶ୍ବଶୁର ଘର ଲୋକଙ୍କୁ ପଚରାଉଚରା କରୁଛି ପୋଲିସ । ମୁହାଁମୁହିଁ ଜେରା କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।

ତେବେ ଏହି ଘଟଣାରେ ମାଷ୍ଟରମାଇଣ୍ଡ ସ୍ତ୍ରୀ ଏବଂ ଶଳା ରହିଥିବା ଜଣାପଡିଛି । ଶଳା ହିଁ ଜ୍ବାଇଁକୁ ଟେକି ନେଇ ଥାନାରେ ରଖିଥିଲା ।