fbpx

(Video) Pathaanକୁ ନେଇ ବଢ଼ୁଛି ବିବାଦ: ରିଲିଜ୍ ହେଲା ‘Besharam Rang’ର ନୂଆ ଭର୍ସନ! ସୋସିଆଲ ମିଡ଼ିଆରେ ଧମାଲ୍

ନୂଆଦିଲ୍ଲୀ: କିଙ୍ଗ ଖାନ ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’କୁ ନେଇ ସାରା ଦେଶରେ ବିବାଦ ଥମୁନାହିଁ । ଫିଲ୍ମର ‘ବେଶରମ ରଙ୍ଗ’ ଗୀତରେ ଦୀପିକା ପରିଧାନ କରିଥିବା ପୋଷାକକୁ ନେଇ ଉଠିଛି ବିରୋଧାଭାସ । ତେବେ ଏହା ମଧ୍ୟରେ ଅଭିନେତା ଶାହରୁଖ ମଧ୍ୟ ଫିଲ୍ମକୁ ନେଇ ନିଜର ପ୍ରତିକ୍ରିୟା ଦେଇ ସାରିଛନ୍ତି । ଏହାଛଡ଼ା ଫିଲ୍ମ ସହ ଜଡ଼ିତ କିଛି ବ୍ୟକ୍ତିବିଶେଷ ଓ ରାଜନେତା ମଧ୍ୟ ଏଭଳି ଅଶ୍ଲୀଳତାକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

ତେବେ ଗୋଟିଏ ପଟେ ‘ପଠାନ’କୁ ନେଇ ବିବାଦ ଜାରି ରହିଥିବା ବେଳେ ଅନ୍ୟପଟେ ରିଲିଜ୍ ହୋଇଛି ‘ବେଶରମ ରଙ୍ଗ’ର ଏକ ନୂଆ ଭର୍ସନ । ଏହି ଦେଶୀ ଭର୍ସନ ସୋସିଆଲ ମିଡ଼ିଆରେ ଖୁବ୍ ଧମାଲ କରୁଥିବା ଦେଖାଯାଉଛି । ଏହି ଗୀତରେ ଜଣେ ଯୁବକ ‘ବେଶରମ ରଙ୍ଗ’ରେ ଡ୍ୟାନ୍ସ କରି ଦୀପିକାଙ୍କୁ ପଛରେ ପକାଇ ଦେଇଛନ୍ତି । ଉକ୍ତ ଯୁବକ ଜଣଙ୍କ ଉକ୍ତ ଗୀତକୁ ସମ୍ପୂର୍ଣ୍ଣ ଭାବେ କପି କରିଛନ୍ତି ।

ଅନ୍ତବସ୍ତ୍ର ଓ ଲୁଙ୍ଗିକୁ ବିକିନୀ ଭାବେ ଉପସ୍ଥାପନ କରିଛନ୍ତି ଦେଶୀ ଭର୍ସନର ଉକ୍ତ ଯୁବକ । ସେ ଦୀପିକାଙ୍କର ପ୍ରତ୍ୟେକ ଡ୍ୟାନ୍ସ ଷ୍ଟେପକୁ ରିକ୍ରିଏଟ କରିଛନ୍ତି । ଦୀପିକାଙ୍କୁ କପି କରୁଥିବା ଯୁବକଙ୍କ ପଛରେ ଆଉ କିଛି ଯୁବକ ବ୍ୟାକଗ୍ରାଉଣ୍ଡ ଡ୍ରାନ୍ସର ଭାବେ ଦେଖାଯାଉଛନ୍ତି । ଏହି ଭିଡିଓଟି ଟ୍ୱିଟରରେ ଶେୟାର ହୋଇଥିବା ବେଳେ ‘ବେଶରମ ରଙ୍ଗ’ର ଏକ ନୂଆ ଭର୍ସନ ରିଲିଜ୍ ହୋଇଥିବା କ୍ୟାପସନ ଦିଆଯାଇଛି ।

Get real time updates directly on you device, subscribe now.