ଜମି ବିବାଦ: ମା’ ବିଜୟମ୍ମା କଲେ ଝିଅକୁ ସମର୍ଥନ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓା୍ୱଇଏସଆର କଂଗ୍ରେସ ମୁଖ୍ୟ ଜଗନ ରେଡ୍ଡୀ ଓ ତାଙ୍କ ଭଉଣୀ ତଥା ପ୍ରଦେଶ କଂଗ୍ରେସ ଆଧ୍ୟକ୍ଷା ଓା୍ୱଇ ଏସ ଶର୍ମିଳାଙ୍କ ମଧ୍ୟରେ ଜମିବାଡି ବିବାଦ ତେଜିବାରେ ଲାଗିଛି । ଏହି ବିବାଦ ଅବଶ୍ୟ ବହୁ ଆଗରୁ ଚାଲିଛି, ତେବେ ଏହି ବିବାଦ ଉଗ୍ର ରୂପ ନେଇଛି । କାରଣ ମା ବିଜୟମ୍ମା ଝିଅକୁ ଦେଇଛନ୍ତି ଖୋଲା ସମର୍ଥନ । ସେ ଦେଇଥିବା ଏକ ଚିଠିରେ କହିଛନ୍ତି କି, ତାଙ୍କ କର୍ତ୍ତବ୍ୟ ହେଉଛି, ଯେଉଁ ପିଲାଟି ସହ ଅନ୍ୟାୟ ହୋଇଛି, ତା ପାଇଁ ସ୍ୱର ଉଠାଇବେ ।

ବିଜୟମ୍ମା ଦେଇଥିବା ଚିଠିରେ ଲେଖିଛନ୍ତି କି, ଜଣେ ମାଆ ଭାବେ, ଯେଉଁ ପିଲା ସହ ଅନ୍ୟାୟ ହୋଇଛି, ତା ପାଇଁ ସ୍ୱର ଉଠାଇବା ତାଙ୍କ କର୍ତ୍ତବ୍ୟ । ଆଗରୁ ଆହୁରି କହିଛନ୍ତି, ପରିବାରରେ ଏସବୁ ହେଉଥିବା ଦେଖିବା ମୋ ପାଇଁ ଅତ୍ୟନ୍ତି କଷ୍ଟକର । ମୋ ସ୍ୱର୍ଗବାସୀ ସ୍ୱାମୀ ରାଜଶେଖର ରେଡ୍ଡୀ ଆମ ପିଲା ଓ ମୁଁ ଏକ ସୁଖୀ ପରିବାରରେ ଥିଲୁ । ଏବେ ଆମେ କାହିଁକି ଏମିତି ପରିସ୍ଥିତି ଦେଇ ଗତିକରୁଛୁ ମୁଁ ବୁଝିପାରୁ ନାହିଁ । ବିବାଦ ରୋକିବାକୁ ମୋର ସବୁ ପ୍ରୟାସ ବ୍ୟର୍ଥ ହୋଇଛି ।

ମା’ଙ୍କର ଏହି ଚିଠିର ଜବାବରେ ଜଗନ ରେଡ୍ଡୀ ଙ୍କ ତରଫରୁ ତାଙ୍କ ଦଳ ଏକ ଖୋଲା ପତ୍ର ଜାରି କରିଛି । ଏଥିରେ ଆଭିଯୋଗ ହୋଇଛି କି ବିଜୟମ୍ମା ନିର୍ବାଚନ ପୂର୍ବରୁ ଓ ପରେ ଶର୍ମିଳା ଓ କଂଗ୍ରେସର ସମର୍ଥନ କରିଛନ୍ତି । ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ ଜଗନଙ୍କ ଦଳ ପରାସ୍ତ ହୋଇଥିଲା । ତେଣୁ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶାସନକୁ ଫେରିଛନ୍ତି । ଓ୍ବାଇଏସଆରସିପି ଅଭିଯୋଗ କରିଛି କି, ଶର୍ମିଳା ଚନ୍ଦ୍ରବାବୁଙ୍କୁ ସମର୍ଥନ କରିଥିଲେ, ଯିଏ ଜଗନଙ୍କୁ ଜେଲ ପଠାଇଥିଲା ।

ଏସବୁ ଅଭିଯୋଗକୁ ଖଣ୍ଡନ କରି ବିଜୟମ୍ମା କହିଛନ୍ତି, ଶର୍ମିଳା ପାରିବାରିକ ବ୍ୟବସାୟରେ ସାମିଲ ନ ଥିଲା , କିନ୍ତୁ ଜଗନଙ୍କ ନିର୍ଦ୍ଦେଶରେ ସେ ରାଜନୀତିରେ ପ୍ରବେଶ କରିବା ସହ ନିସ୍ୱାର୍ଥପର ଭାବେ କାମ କରିଛନ୍ତି । ଜଗନ ମୁଖ୍ୟମନ୍ତ୍ରୀ ହେବା ପଛରେ ଶର୍ମିଳାଙ୍କ ପରିଶ୍ରମ ଥିବା ସେ କହିଛନ୍ତି ।