ରିଲେସନଶିପରେ ଟ୍ରେଣ୍ଡ କରୁଛି ‘CCD Concept’: ସମ୍ପର୍କ ଭାଙ୍ଗି ଯାଉଛି, ଯୁବପୀଢ଼ୀ କିନ୍ତୁ ଖୁବ୍ ମଜା ନେଉଛନ୍ତି

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ମଣିଷର ଆଚାର, ବ୍ୟବହାର, ଚାଳିଚଳଣ ଆଦି ବଦଳିବାରେ ଲାଗିଛି । ଏହି କ୍ରମରେ ଯୁବପୀଢ଼ିଙ୍କର ରିଲେସନଶିପର ଢାଞ୍ଚା ମଧ୍ୟ ନୂଆ ମୋଡ଼ ଦେଇଛି । ତେବେ ବର୍ତ୍ତମାନ ସମୟରେ ରିଲେସନଶିପରେ ଏକ ନୂଆ ଟର୍ମ ‘ସିସିଡି’ ସନସେପ୍ଟ ଏଣ୍ଟ୍ରି ମାରିଛି । ଏହି କନସେପ୍ଟେକୁ ଅଧିକାଂଶ ଲୋକ ନିଜ ଜୀବନରେ ପ୍ରୟୋଗ କରୁଛନ୍ତି । ଏହି ନୂଆ ଟର୍ମ ଯେ କୌଣସି ରିଲେସନଶିପକୁ ଦୁର୍ବଳ ବା ସମାପ୍ତ କରିଦେଇପାରେ । ଯଦି ଆପଣ ଜଣଙ୍କ ସହିତ ରିଲେସନଶିପରେ ରହି ଅନ୍ୟ କାହା ସହ ସମ୍ପର୍କ ସ୍ଥାପନ କରୁଛନ୍ତି ତେବେ ତାହା ପ୍ରଥମ ସମ୍ପର୍କ ସହିତ ବେଇମାନୀ ବୋଲି କୁହାଯିବ ।

ସାଧାରଣ ଭାବେ ରିସ୍ତା ଓ ରିଲେସନଶିପ ମଧ୍ୟରେ ଫରକ ରହିଥାଏ । ପୂର୍ବରୁ ରିଲେସନଶିପକୁ ନିଭାଇବାକୁ ଯାଇ ଲୋକମାନେ ସାରା ଜୀବନ କାଟି ଦେଉଥିଲେ । ମାତ୍ର ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ । ଏବେ ରିଲେସନଶିପରେ ନୂଆ ନୂଆ କନସେପ୍ଟ ଯୋଡ଼ି ହେଉଥିବା ଦେଖାଯାଉଛି । ଏହି ‘ସିସିଡି’ କନସେପ୍ଟକୁ ଶୁଣି ଅନେକଙ୍କୁ ଅଡ଼ୁଆ ଲାଗୁଥିବ, ମାତ୍ର ଏହା ବୁଝିବାକୁ ଅତି ସହଜ । ଆଜିକାଲି ଲାଇଫଷ୍ଟାଇଲ ବଦଳିବା ସହିତ ଲୋକଙ୍କର ସମ୍ପର୍କର ପରିଭାଷା ମଧ୍ୟ ବଦଳିବାରେ ଲାଗିଛି । ପୂର୍ବରୁ ଆମ ସଭ୍ୟତାର ଲୋକମାନେ ଜଣେ ବ୍ୟକ୍ତିଙ୍କ ପାଇଁ ନିଜକୁ ସମର୍ପି ଦେଉଥିବ ବେଳେ ଏବେକାର ଯୁବପୀଢ଼ିଙ୍କ କଥା କହିଲେ ନସରେ ।

ତିନୋଟି ଶବ୍ଦକୁ ମିଶାଇ ଗୋଟିଏ ଶବ୍ଦ ସିସିଡି ହୋଇଛି । ଏହାର ଅର୍ଥ ହେଉଛି କଫିଙ୍ଗ, କୁଶନିଙ୍ଗ ଓ ଡିଙ୍କ । ସିସିଡି କନସେପ୍ଟକୁ ଭଲ ଭାବେ ଜାଣିବା ପାଇଁ ହେଲେ ଏହି ୩ଟି ଶବ୍ଦର ଅର୍ଥ ବୁଝିବା ନିହାତି ଜରୁରୀ । ପ୍ରଥମ ଶବ୍ଦ କଫିଙ୍ଗର ଅର୍ଥ ହେଉଛି- କେବଳ ନିଜର ଆବଶ୍ୟକତାକୁ ପୂରଣ କରିବା ଓ ଭାବନାକୁ ଶେୟାର କରିବା ପାଇଁ ରିଲେସନଶିପରେ ଆସିବା । ମନ ଭରିଯିବା ପରେ ଓ ଫାଇଦା ପୂରଣ ହେବା ପରେ ସମ୍ପର୍କରୁ ଦୂରେଇ ଯିବା । ଯେଉଁମାନେ ସିଙ୍ଗଲ ହୋଇଥାନ୍ତି ଓ କିଛି ସମୟ ପାଇଁ ଅନ୍ୟ ଜଣଙ୍କ ସାଥ୍ ଚାହାନ୍ତି ସେମାନେ ଏହି ବର୍ଗରେ ଆସିଥାନ୍ତି ।

ଦ୍ୱିତୀୟ ଶବ୍ଦ କୁଶନିଂର ଅର୍ଥ ହେଉଛି ଏଥିରେ ଆମେ କମ୍ଫର୍ଟ ପାଇଁ ୟୁଜ୍ କରିଥାଉ । କୁଶନିଙ୍ଗ କୁଶନ ଶବ୍ଦରୁ ଆସିଥିବା ବେଳେ ତା’ର ଅର୍ଥ ହେଉଛି ଛୋଟ ତକିଆ । ତକିଆକୁ ଯେପରି ଆରାମ ପାଇଁ ବ୍ୟବହାର କରାଯାଏ, ଠିକ୍ ସେହିଭଳି ଜଣେ ବ୍ୟକ୍ତିଙ୍କୁ କମ୍ପର୍ଟ ପାଇଁ ବ୍ୟବହାର କରାଯାଏ । ଏଥିରେ ଯୁବକ-ଯୁବତୀ ରିଲେସନଶିପରେ ରହି ବି ଅନ୍ୟ ଜଣଙ୍କ ସହ ରହିଥାନ୍ତି । ଏହା ସେମାନଙ୍କର ଏକ ବ୍ୟାକଅପ୍ ପ୍ଲାନ ପରି ରହିଥାଏ । ତୃତୀୟ ଶବ୍ଦ ଡିଙ୍କର ଅର୍ଥ ହେଉଛି- ଡବଲ ଇନକମ୍, ନୋ କିଡସ । ସେଥିରେ ଦୁଇଜଣ ରୋଜଗାର କରନ୍ତି, ମାତ୍ର ସନ୍ତାନ ସୃଷ୍ଟି କରନ୍ତି ନାହିଁ । ସେମାନେ ନିଜର ଜୀବନରେ ଆର୍ଥିକ ଭାବେ ମୁକ୍ତ ରଖିବାକୁ ତାହା କରିଥାନ୍ତି । ଏହି କନସେପ୍ଟକୁ ଅନେକ ଲୋକ ନିଜ ଜୀବନରେ ପ୍ରୟୋଗ କରିଥାନ୍ତି । ମାତ୍ର ଏହି ନୂଆ ଟର୍ମ ଯେ କୌଣସି ସମ୍ପର୍କକୁ ଦୁର୍ବଳ ବା ସମାପ୍ତ କରିବା ପାଇଁ ଯଥେଷ୍ଟ ହୋଇଥାଏ । ବଡ଼ ବଡ଼ ସହରମାନଙ୍କରେ ସିସିଡି କନସେପ୍ଟ ବଢ଼ିବାରେ ଲାଗିଛି ।