ମୁଢ଼ୀ ବେପାରୀଙ୍କ ତଣ୍ଟି କାଟିଦେଲେ ଦୁର୍ବୃତ୍ତ, ପରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି କଟାମୁଣ୍ଡ ଧରି ଫେରାର ହୋଇଗଲେ
ରାସ୍ତାରେ ପଡିଛି ଗଣ୍ଡି। କଟାମୁଣ୍ଡ ଖୋଜୁଛି ପୋଲିସ।
ବିହାର: ଦୁର୍ବୃତ୍ତମାନେ ଏପରି ଏକ ଭୟଙ୍କର ହତ୍ୟାକାଣ୍ଡ ଘଟାଇଛନ୍ତି, ଯାହାକୁ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି। ପ୍ରଥମେ ମୁଢ଼ୀ ବେପାରୀଙ୍କ ତଣ୍ଟି ଡକାଟି ହତ୍ୟା କଲେ ଦୁର୍ବୃତ୍ତ। ଏହାପରେ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଲେ।
ଏତିକିରେ ମନ ଶାନ୍ତି ହେଲାନି ଯେ, ସାଙ୍ଗରେ କଟାମୁଣ୍ଡକୁ ନେଇ ଫେରାର ହୋଇଗଲେ। ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବର ସାମ୍ନାକୁ ଆସିବା ପରେ ଭୟର ବାତାବରଣ ଖୋଳିଯାଇଛି। ପୋଲିସ ପହଞ୍ଚି କଟାମୁଣ୍ଡକୁ ଖୋଜୁଛି।
ରାସ୍ତାରେ ପଡିଛି ଗଣ୍ଡି: ତେବେ ଏପରି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ବିହାରର ଗୋଲମା ଫୋରସାହା ରାସ୍ତାରେ। ସବୁଦିନ ପରି ଗୋଲମା ପଶ୍ଚିମ ୱାର୍ଡ-୧୨, ପତରଘାଟ ଥାନା ଅଞ୍ଚଳର ବାସିନ୍ଦା ୫୦ ବର୍ଷୀୟ ନିର୍ମଳ ମୁଢ଼ୀ ବେପାର କରିବାକୁ ଯାଇଥିଲେ।
ଆଉ ପ୍ରତିଦିନ ଭଳି ବେପାର ସାରି ରାତ୍ରି ପ୍ରାୟ ୧୧ଟା ସମୟରେ ଘରକୁ ଫେରୁଥିଲେ ନିର୍ମଳ। ହେଲେ ଏହି ସମୟରେ ଅପରାଧୀମାନେ ଗୋଲମା ଫୋରସାହା ରାସ୍ତାରେ ଏକ ଧାରୁଆ ଅସ୍ତ୍ରରେ ନିର୍ମଳଙ୍କୁ ଆକ୍ରମଣ କରିଥିଲେ।
ପ୍ରଥମେ ଦୁର୍ବୃତ୍ତମାନେ ନିର୍ମଳଙ୍କ ବେକକୁ କାଟି ହତ୍ୟା କରିଥିଲେ। ପରେ ମୁଣ୍ଡରୁ ଗଣ୍ଡିକୁ କାଟି ଅଲଗା କରିଦେଲେ। ଆଉ ଶେଷରେ କଟାମୁଣ୍ଡକୁ ସାଙ୍ଗରେ ଧରି ଫେରାର ହୋଇଗଲେ।
କଟାମୁଣ୍ଡ ଖୋଜୁଛି ପୋଲିସ: ଶନିବାର ଦିନ, ନିର୍ମଳ ସାହ ତାଙ୍କ ଗାଡ଼ିରେ ମୁଢ଼ୀ ବିକ୍ରି କରିବାକୁ ଯାଇଥିଲେ। ବିଳମ୍ୱିତ ରାତିରେ ଫେରିବା ସମୟରେ, ଗାଁ ଲୋକେ ଏବଂ ପରିବାର ସଦସ୍ୟମାନେ ଜାଣିବାକୁ ପାଇଲେ ଯେ ଗୋଲମା ଫୋରସାହା ରାସ୍ତାରେ ଥିବା ଚୁନୁ ସାହଙ୍କ ବାଲି ଏବଂ ପଥର ଡିପୋର ଦକ୍ଷିଣ ଦିଗରେ ନିର୍ଜନ ରାସ୍ତାରେ ଗାଡିଟି ଓଲଟି ପଡିଛି।
ଏହା ପରେ, ପରିବାର ଏବଂ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଯେ ନିର୍ମଳ ସାହଙ୍କୁ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଛି। ଆଉ ରାସ୍ତାରେ କେବଳ ମୃତଦେହ ପଡି଼ିଛି। ହେଲେ ଶରୀରେ ମୁଣ୍ଡ ନାହିଁ।
ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲ। ସୂଚନା ପାଇ ପାଟରଘାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାର ବିଭିନ୍ନ ଦିଗକୁ ତଦନ୍ତ କରୁଛି ଏବଂ ଅପରାଧୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରିବା ସହ କଟାମୁଣ୍ଡର ସନ୍ଧାନରେ ଅଛି।