ଜାଣିପାରିବେ ନାହିଁ କିନ୍ତୁ ଏହି ୫ ରୋଗରେ ଶିକାର ହେବେ, ଏହାର କାରଣ ହେଉଛି….

ନୂଆଦିଲ୍ଲୀ : ତାପମାତ୍ରା ବଢିବରେ ଲାଗିଛି । ପାରଦ ଏବେ ୪୦ ଉପରେ । ଗରମକୁ ନେଇ ଲୋକେ ଯେତିକି ସଚେତନ ରହିବେ ତା’ ଠାରୁ ଅଧିକ ସତର୍କ ରହବା ଉଚିତ୍ । ତେବେ ଏସବୁ ମଧ୍ୟରେ ଖ୍ୟାଦ୍ୟ ପାନୀୟର ପରିମର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ଯାହା ଜଣାପଡେନାହିଁ ।ଏସବୁର ଏକମାତ୍ର କାରଣ ହେଉଛି ଜଳର ଅଭାବ ।

ହଁ ଅଜ୍ଞା , ଜଳ ଅଭାବ ହେତୁ ଶରୀରରେ ଅନେକ ପ୍ରକାରର ରୋଗ ହୋଇପାରେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସହଜରେ ଚିହ୍ନଟ ହୋଇନଥାଏ । କାରଣ, ଆପଣ ସେଗୁଡିକର ଲକ୍ଷଣକୁ ପୃଥକ ଭାବରେ ଦେଖିପାରିବେ ନାହିଁ । ଏପରି ପରିସ୍ଥିତିରେ ଆପଣ ଜାଣିବା ଉଚିତ୍, ଯଦି ଆପଣ କମ୍ ପାଣି ପିଅନ୍ତି, ତେବେ ଆପଣ କେଉଁ ରୋଗର ଶିକାର ହୋଇପାରିବେ । ଏସବୁ ଆପଣ କିପରି ଜାଣିବେ

୧.ଅଶୁଂଘାତ ବା ହିଟ୍ ଷ୍ଟ୍ରୋକ୍ : ହିଟ୍ ଷ୍ଟ୍ରୋକ୍ ର କାରଣ ହେଉଛି ହିଟ୍ ୱେବ୍ । ଗ୍ରୀଷ୍ମ ପ୍ରବାହ ହିଁ ହେଉଛି ଆଂଶୁଘାତର କାରଣ । ଏପରି ପରିସ୍ଥିତିରେ ଜଳ ଅଭାବରୁ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରାକୁ ବାହ୍ୟ ତାପମାତ୍ରା ସହିତ ସନ୍ତୁଳିତ କରିବାରେ ସକ୍ଷମ ହୁଏ ନାହିଁ । ଯାହା ଦ୍ୱାରା ଅଶୁଂଘାତ ହେବାର ଆଶଙ୍କା ଥାଏ ।

୨. ହଜମ ପ୍ରକ୍ରିୟାର ଅସୁବିଧା : ପାଣି କମ୍ ପିଉଥିବା ଲୋକଙ୍କ ଠାରେ ଏହି ସମସ୍ୟା ଦେଖାଯାଏ । ସେମାନଙ୍କ ଶରୀରରେ ହଜମକାରୀ ଏନଜାଇମ ଉତ୍ପାଦନ କମି ଯାଏ, ଶରୀର ଡିହାଇଡ୍ରେଟ୍ ହୋଇଯାଏ । ଏହି କାରଣରୁ ପେଟରେ ଏସିଡିଟି, ବାନ୍ତି ଏବଂ ଝାଡା ଭଳି ସମସ୍ୟା ଦେଖାଯାଏ । ଏହା ଗ୍ରୀଷ୍ମ ଋତୁରେ ଅଧିକ ମାତ୍ରରେ ଦେଖାଯାଏ ଏବଂ ଅଧିକ କଷ୍ଟଦାୟକ ହୋଇପାରେ । ଏହା ବ୍ୟତୀତ ଆପଣ ଗ୍ୟାଷ୍ଟ୍ରାଇଟିସ୍ ଏବଂ ଅଲସର ଭଳି ରୋଗର ଶିକାର ହୋଇପାରନ୍ତି ।

୩. ଉଚ୍ଚ ଏବଂ ନିମ୍ନ ରକ୍ତଚାପ : ଜଳ ଅଭାବ ହେତୁ ଆପଣ ଗ୍ରୀଷ୍ମ ଋତୁରେ ଉଚ୍ଚ କିମ୍ବା ନିମ୍ନ ରକ୍ତଚାପର ଶିକାର ହୋଇପାରନ୍ତି । କାରଣ ରକ୍ତ ସଞ୍ଚାଳନକୁ ସଠିକ୍ ରଖିବାରେ ଜଳ ସହାୟକ ହୋଇଥାଏ । ଏପରି ପରିସ୍ଥିତିରେ, ଯେତେବେଳେ ଜଳର ଅଭାବ ଦେଖାଯାଏ, ଆମର ସ୍ନାୟୁ ପ୍ରଭାବିତ ହୁଏ, ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୁଏ ନାହିଁ ଏବଂ ଆପଣ କମ୍ କିମ୍ବା ଉଚ୍ଚ ରକ୍ତଚାପର ଶିକାର ହୋଇପାରନ୍ତି ।

୪. ପରିସ୍ରା ସଂକ୍ରମଣ- ଜଳର ଅଭାବ ଆପଣଙ୍କୁ ୟୁଟଆଇ ସଂକ୍ରମଣର ଶିକାର ହୋଇପାରନ୍ତି । କିଡନୀ ଏବଂ ୟୁରିନାରି ସିଷ୍ଟମର ସଠିକ କାର‌୍ୟ୍ୟ ଜଳ ଉପରେ ନିର୍ଭର କରେ । ଯେତେବେଳେ ଶରୀର ଡିହାଇଡ୍ରେଟ୍ ବା ଜଳର ଅଭାବ ଥାଏ, ସେତେବେଳେ ମୂତ୍ରନଳୀ ସଂକ୍ରମଣର ଆଶଙ୍କା ବଢିଯାଏ । ସଂକ୍ରମଣ ସମୟରେ ପରିସ୍ରା କଳା ହୋଇଯାଏ ଏବଂ ଏଥିରୁ ଦୁର୍ଗନ୍ଧ ମଧ୍ୟ ଆସେ ।

୫. ଗୋଡରେ ଜଳିବା ଏବଂ ସ୍ନାୟୁରେ ଅସ୍ୱାଭାବିକତା – ପାଦର ଜଳିବା ଏବଂ ସ୍ନାୟୁରେ ଯନ୍ତ୍ରଣା ଜଳ ଅଭାବରୁ ହୋଇପାରେ । ଏହା ବ୍ୟତୀତ ଜଳର ଅଭାବ ଶରୀରର ଉତ୍ତାପକୁ ବଢାଇଥାଏ ଏବଂ ଏହି କାରଣରୁ ଏହା ଗୋଡ ବା ପାଦ ଜଳିବା ଭଳି ଅନୁଭବ ହୋଇଥାଏ । ତେଣୁ, ଏହି ଗ୍ରୀଷ୍ମ ସମୟରେ ଏହି ରୋଗଗୁଡିକ ଉପରେ ନଜର ରଖନ୍ତୁ ଏବଂ ନିଜକୁ ରକ୍ଷା କରନ୍ତୁ ।