fbpx

Video; ବାହାଘର ମଝିରେ ବେଦିରୁ ଉଠି ହଠାତ୍ ଗଛ ଉପରକୁ ଚଢ଼ିଗଲେ ବର-କନ୍ୟା, ଆଶ୍ଚର୍ଯ୍ୟ ହେଲେ ଲେକ

ଓଡ଼ିଶା ଭାସ୍କର: ଚାଲିଥିଲା ବାହାଘର, ବାହାଘର ମଝିରେ ବେଦିରୁ ଉଠି ହଠାତ୍ ଗଛ ଉପରକୁ ଚଢ଼ିଗଲେ ବର-କନ୍ୟା । ଆଶ୍ଚର୍ଯ୍ୟ ହେଲେ ଲେକ, ଭିଡିଓ ଭାଇରଲ । ବାହାଘରକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ସେଥି ମଧ୍ୟରୁ ପ୍ରାୟତଃ ମଜାଳିଆ ହୋିଥାଏ । ଯାହାକୁ ଅନେକ ଲୋକ ଦେଖିଥାନ୍ତି । ପାଠକ ବନ୍ଧୁ କହିବାକୁ ଗଲେ ବିଭିନ୍ନ ଅଞ୍ଚଳରେ ପରମ୍ପରା ଅନୁସାରେ ଭିନ୍ନ ଭିନ୍ନ ଢଙ୍ଗରେ ବାହାଘର ହୋଇଥାଏ ।

ଏସବୁ ଭିତରେ କିଛି ନିଆରା ପରମ୍ପରା ଥାଏ, ବଙ୍ଗାଳି ବାହାଘରରେ । ଯାହା ଅନ୍ୟ ଲେକ ମାନଙ୍କୁ ଦେଖିବାକୁ ମଜା ଲାଗେ । ଆମେ ଅନେକ ଚଳଚ୍ଚିତ୍ରରେ ଆଗରୁ ଏମିତି ବାହାଘର ଦେଖିଛେ । ହେଲେ ସେସିଆଲ ମିଡିଆରେ ଏକ ବଙ୍ଗାଳି ବାହାଘରର ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ବାହାଘର ମଝିରେ ବେଦିରୁ ଉଠି ହଠାତ୍, ପାଖରେ ଥିବା ପିଜୁଳି ଗଛ ଉପରକୁ ଚଢ଼ିଯାଉଛନ୍ତି ବର, ଏବଂ ତାଙ୍କ ପଛେ ପଛେ କନ୍ୟା ବି ଗଛ ଉପରକୁ ଚଢ଼ି ଯାଉଛନ୍ତି ।

ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ତେବେ କେଉଁ କାରଣ ପାଇଁ ବର-କନ୍ୟା ଗଛ ଉପରକୁ ଚଢିଗଲେ ତାହା ଜଣା ପଡ଼ିନି । ତେବେ ଭିଡିୋଟିକୁ ସେସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । saloni_sanjna ନାମକ ଏକ ଇନଷ୍ଟା ଆଇଡିରୁ ପୋଷ୍ଟ କରାଯାଇଛି । ଯାହାକୁ ପାଖାପାଖି ନବେ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଏହି ପୋଷ୍ଟରେ ଅନେକ ମଜାଳିଆ କମେଣ୍ଟ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Saloni R Sanjna (@saloni_sanjna)

Get real time updates directly on you device, subscribe now.