fbpx

ମାଙ୍କଡ଼ଙ୍କର ହୁଏ ବଣଭୋଜି: ଏହି ସହରରେ ପ୍ରତିବର୍ଷ ଆୟୋଜନ କରାଯାଏ ବଫେ

ଓଡିଶା ଭାସ୍କର: ମାଙ୍କଡଙ୍କ ପାଇଁ ଆୟୋଜିତ ହେଉଛି ଏକ ବିରାଟ ଭୋଜି । କଥାଟା ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ । ଭଗବାନ ହନୁମାନଙ୍କ ଏକ ରୂପ ବୋଲି କୁହାଯାଉଥିବା ମାଙ୍କଡମାନଙ୍କ ପାଇଁ ପ୍ରତିବର୍ଷ ବଡ ବୁଫେର ଆୟୋଜନ କରାଯାଇଥାଏ । ତେବେ ‘ମଙ୍କି ବଫେ ଫେଷ୍ଟିଭାଲ’ ନାମକ ଏକ ପର୍ବରେ ଏହି ଘଟଣା ଦେଖିବାକୁ ମିଳିଥାଏ । ଦୁନିଆରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ଅନେକ ବିଶ୍ୱାସ ରହିଛି । ବର୍ଷ ବର୍ଷ ଧରି ଲୋକେ ଏହି ପରମ୍ପରାକୁ ମାନି ଆସୁଛନ୍ତି । ଏହିପରି ଏକ ବିଶ୍ୱାସ ହେଉଛି ଥାଇଲାଣ୍ଡର ମଙ୍କି ବଫେ ଫେଷ୍ଟିଭାଲ ।

ବ୍ୟାଙ୍କକ୍ ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଲୋପବୁରୀ ନାମକ ଏକ ସହର ରହିଛି । ପ୍ରତିବର୍ଷ ଏହି ସହରରେ ପାଳନ କରାଯାଏ ‘ମଙ୍କି ବଫେ ଫେଷ୍ଟିଭାଲ’ । ଏହି ପର୍ବର ବିଶେଷତ୍ୱ ହେଉଛି, ଏହା ଏକ ଶୋଭାଯାତ୍ରା ପରି ହୋଇଥାଏ । ଏଠାରେ ଖାଦ୍ୟ ପାଇଁ ମାଗଣା ବ୍ୟବସ୍ଥା କରାଯାଏ । ସାଜସଜ୍ଜା ବି କରାଯାଏ । କିନ୍ତୁ ଏସବୁ ମଣିଷ ପାଇଁ ନୁହେଁ, ଏ ସମସ୍ତ ଆୟୋଜନ କେବଳ ମାଙ୍କଡ଼ମାନଙ୍କ ପାଇଁ ହୋଇଥାଏ ।

ମହୋତ୍ସବ ଆୟୋଜକମାନେ ମାଙ୍କଡ଼ମାନଙ୍କ ପାଇଁ ତାଜା ଫଳ, ସାଲାଡ ଓ ମିଠା ରଖିଥାନ୍ତି । ଏବଂ ଏହି ପର୍ବକୁ ବହୁତ ବଡ଼ ଶୋଭାଯାତ୍ରାରେ ପାଳନ କରନ୍ତି ଆୟୋଜକମାନେ । ଏବେ ପ୍ରଶ୍ନ ଉଠୁଛି, ଏପରି ପର୍ବ ପାଳନ କରିବାର କାରଣ କ’ଣ? ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ, ଏହି ପର୍ବ ଏଠାରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଲୋପବୁରୀରେ ମାଙ୍କଡ଼ଙ୍କ ସଂଖ୍ୟା ଅଧିକ ଥିଲା, ଯେଉଁ କାରଣରୁ ପର୍ଯ୍ୟଟକମାନେ ଏଠାକୁ ଆସି ସେମାନଙ୍କୁ ଖାଇବାକୁ ଦେଉଥିଲେ । ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲା ଏବଂ ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇଲା । ତେଣୁ ସେମାନେ ମାଙ୍କଡ଼ମାନଙ୍କୁ ପାର୍ଟି ଦେବା ଆରମ୍ଭ କରିଦେଲେ । ଯାହା ଫଳରେ ଏହି ସହରରେ ଅଧିକରୁ ଅଧିକ ମାଙ୍କଡ଼ ବାସ କରୁଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ପୃଥିବୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏଠାକୁ ଆସୁଥିଲେ, ଯେଉଁମାନେ ମାଙ୍କଡ଼ମାନଙ୍କୁ ଖାଦ୍ୟ ଓ ପାନୀୟ ଦେଉଥିଲେ । କିନ୍ତୁ କରୋନା ମହାମାରୀ ଯୋଗୁଁ ଏଠାକୁ ଲୋକଙ୍କ ଆସିବା ବନ୍ଦ ହୋଇଯାଇଛି । ଫଳରେ ମାଙ୍କଡ଼ମାନେ ଭୋକ ଉପାସରେ ଦୋକାନରୁ ବିଭିନ୍ନ ଫଳ ଏବଂ ସାମଗ୍ରୀ ଚୋରି କରି ଖାଉଛନ୍ତି ।

Get real time updates directly on you device, subscribe now.