fbpx

ରୋମାନ୍ସ ପାଇଁ ଅଫିସ୍ ଦେଉଛି ଛୁଟି, ଦରମା ବି କଟୁନି; ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା

ନୂଆଦିଲ୍ଲୀ: ଅଫିସ୍ କାମ କରୁଥିବା ସମସ୍ତ ବ୍ୟକ୍ତି ସପ୍ତାହରେ ଥରେ ଛୁଟି ପାଇବାକୁ ନେଇ ଚାହିଁ ରହିଥାନ୍ତି । ନଚେତ୍ କୌଣସି ଜରୁରୀ କାମ ପାଇଁ ଛୁଟି ଖଣ୍ଡେ ମିଳେ । ଆଉ ଯଦି ଛୁଟି ଚକରରେ ଅଫିସ୍ ନ ଯାଆନ୍ତି ତେବେ ଦରମା କଟିଯାଏ । ତେଣୁ ଏହାରି ଭିତରେ ଛୁଟିଟିଏ ପାଇବା ପାଇଁ ଅଫିସ୍ ରେ କାମ କରୁଥିବା ଲୋକଙ୍କୁ ଅନେକ କସରତ କରିବାକୁ ପଡ଼େ । ତେବେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ଏକ ଦେଶ ରହିଛି ଯେଉଁଠାରେ ଦମ୍ପତି ମାନଙ୍କୁ ରୋମାନ୍ସ କରିବା ପାଇଁ ସ୍ୱତନ୍ତ୍ର ଛୁଟି ଦିଆଯାଇଥାଏ । ବିଶ୍ୱାସ ନ ହେଉଥିଲେ ବି ଏହା ଏକଦମ୍ ସତ ।

ଏହି ରୋମାନ୍ସ ପାଇଁ ଛୁଟି ଜାପାନ୍ ରେ ଦିଆଯାଇଥାଏ । ବାସ୍ତବରେ ଜାପାନରେ ଏବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ସଙ୍କଟ ଦେଖାଦେଇଛି । ସେଠାକାର ସରକାରଙ୍କ ପାଇଁ ଏବେ ଏହା ହେଉଛି ଏକ ବଡ଼ ସମସ୍ୟା । ସେଠାରେ ବର୍ତ୍ତମାନ ଜନସଂଖ୍ୟା ୧୨୬ ମିଲିୟନ୍ ରୁ କମ୍ ହୋଇଯାଇଛି । ସେହିପରି ଦେଶରେ ପ୍ରଜନନ ହାର ୧.୪ ପ୍ରତିଶତରୁ କମ୍ ହୋଇଯାଇଛି । ତେଣୁ ଏଥିରେ ଅତିଷ୍ଠ ହୋଇ ଜାପାନ୍ ସରକାର କପଲ୍ ମାନଙ୍କୁ ଅଧିକରୁ ଅଧିକ ଶିଶୁ ଜନ୍ମ କରିବାକୁ ଏହି ଅଫର୍ ଦେଉଛନ୍ତି । ଜନସଂଖ୍ୟା ବଢ଼ାଇବା ପାଇଁ ଜାପାନ୍ ସରକାର ଅଫିସ୍ ରୁ କପଲ୍ ମାନଙ୍କୁ ରୋମାନ୍ସ କରିବା ଉଦ୍ଦେଶ୍ୟରେ ଛୁଟି ଦେଉଛନ୍ତି ।

କଣ ରହିଛି ଏ ଦିଗରେ ସ୍କିମ୍

ଜାପାନ୍ ରେ ରହୁଥିବା ସମସ୍ତ କପଲ୍ ମାନଙ୍କୁ ଏହି ଛୁଟି ଦିଆଯିବ । ବର୍ଷରେ କେବଳ ଶିଶୁ ଜନ୍ମ କରାଇବା ପାଇଁ ୧୦ଟି ଛୁଟି ନେଇପାରିବେ । ବଡ଼ କଥା ହେଉଛି ଏଥିପାଇଁ ଦରମା କଟାଯିବ ନାହିଁ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜାପାନ୍ ରେ ବର୍ତ୍ତମାନ ନଜସଂଖ୍ୟା ଖୁବ୍ ଜୋରରେ ହ୍ରାସ ପାଉଛି । ଦୁନିଆରେ ଜାପାନ୍ ଏବେ ଏମିିତି ଏକ ଦେଶ ପାଲଟିଛି ଯେଉଁଠାରେ ବୃଦ୍ଧ/ବୃଦ୍ଧାଙ୍କ ସର୍ବାଧିକ । ଯୁବଙ୍କ ତୁଳନାରେ ବୃଦ୍ଧ ଓ ବୃଦ୍ଧାଙ୍କ ସଂଖ୍ୟା ଅଧିକ ରହିଛି । ଯେଉଁଥିପାଇଁ ଜାପାନ୍ ସରକାର ଚିନ୍ତା ପ୍ରକଟ କରିଛନ୍ତି । ତେଣୁ କପଲ୍ ତଥା ଦମ୍ପତି ମାନଙ୍କ ଅଧିକରୁ ଅଧିକ ଶିଶୁ ଜନ୍ମ କରିବା ପାଇଁ କୁହାଯାଉଛି ।

Get real time updates directly on you device, subscribe now.