fbpx

ବିଜେପି ଛାଡିଲେ ୬ହଜାରରୁ ଅଧିକ ଆଦିବାସୀ ନେତା କହିଲେ …

ତ୍ରିପୁରା:ଦଳ ଛାଡିଲେ ନେତା ଆଉ କହିଲେ ସବକା ସାଥ ସବକା ବିକାଶ କେବଳ ଗୋଟିଏ ମିଛ ପ୍ରତିଶ୍ରୃତି । ଶାସକ ଦଳ ବିଜେପିକୁ ଲାଗିଛି ବଡ ଝଟକା । ଏହା ସହିତ ବିଜେପି ଏବଂ ତାହାର ସହଯୋଗୀ ଦଳ ଆଇପିଏଫଟ ରୁ ପାଖାପାଖି ୬,୫୦୦ ଆଦିବାସୀକର୍ମୀ ଦଳ ଛାଡିଛନ୍ତି । କେବଳ ଏତିକି ନୁହେଁ ବିଜେପି ଛାଡି ସେମାନେ ଟିଆପିଆରଏ ରେ ସାମିଲ ହୋଇଛନ୍ତି ।

ଦଳଛାଡିବା କ୍ଷଣି ସେମାନେ ବିଜେପି ଉପରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି ସବକା ସାଥ , ସବକା ବିକାଶ କେବଳ କହିବା କଥା ମାତ୍ର । ଏହା ଦ୍ୱାରା ନା ରାଜ୍ୟର ଅଗ୍ରଗତି ହେଉଛି ନାହିଁ ରାଜ୍ୟରେ ବସବାସ କରୁଥିବା ଆଦିବାସୀ ମାନଙ୍କର ଉପରେ କିଛି ଲାଭ ପଡୁଛି ।
ତ୍ରିପୁରାରେ ଟିଆଇପିଆରଏ ର ସୁପ୍ରିମୋ ପ୍ରଦୋତ ବିକ୍ରମ ସେମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଆଉ କହିଛନ୍ତି ଆମେ କୌଣସି ପଦବୀ ପାଇଁ କାମ କରୁ ନାହୁଁ ବରଂ କିଭଳି ତ୍ରିପୁରାର ଆଦିବାସୀ ମାନଙ୍କର ଉନ୍ନତି ହୋଇପାରିବ କିଭଳି ସେମାନେ ମୁଖ୍ୟ ସୋତ୍ରରେ ସାମିଲ ହୋଇ ପାରିବେ ତାହା ଉପରେ ଧ୍ୟାନ ଦିଆଯିବ ।

Get real time updates directly on you device, subscribe now.