ନୂଆଦିଲ୍ଲୀ: ଆଜିକାଲି ଫଟୋ ଏବଂ ଭିଡିଓ ସେୟାରିଂ ପାଇଁ ହ୍ୱାଟ୍ସଆପର ବହୁଳ ବ୍ୟବହାର ହେଉଛି । ତେବେ ଏଥିପାଇଁ ହ୍ୱାଟ୍ସଆପ କିଛି ଗାଇଡଲାଇନ୍ସ ପ୍ରସ୍ତୁତ କରିଛି । ହ୍ୱାଟ୍ସଆପ ନିଜ ୟୁଜର୍ସଙ୍କୁ କିଛି ଖାସ ଫଟୋ ଏବଂ ଭିଡିଓକୁ ସେୟାର କରିବାକୁ ମନା କରିଛି । ଯଦି ଆପଣ ଏପରି ଫଟୋ କିମ୍ବା ଭିଡିଓକୁ ସେୟାର କରୁଛନ୍ତି, ତେବେ ଆପଣ ଅସୁବିଧାରେ ପଡିପାରନ୍ତି ।
ଯଦି ଆପଣ ହ୍ୱାଟ୍ସଆପରେ କାହାକୁ ବ୍ୟକ୍ତିଗତ ଭାବେ ବା କୌଣସି ଗ୍ରୁପରେ ଫଟୋ କିମ୍ବା ଭିଡିଓ ସେୟାର କରୁଛନ୍ତି, ତେବେ ଆପଣଙ୍କୁ ହ୍ୱାଟ୍ସଆପର ନିୟମ ବିଷୟରେ ଜାଣିବା ଆବଶ୍ୟକ । ଯଦି ଆପଣ ଏହି ନିୟମକୁ ଅମାନ୍ୟ କରୁଛନ୍ତି ତେବେ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇଯିବ । ଏତିକି ନୁହେଁ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତୁ ଜାଣିବା ଏହି ଫଟୋ ଏବଂ ଭିଡିଓ ବିଷୟରେ..
ଆପଣ ହ୍ୱାଟ୍ସଆପରେ ଆଡଲ୍ଟ କଣ୍ଟେଣ୍ଟର ଫଟୋ ଏବଂ ଭିଡିଓକୁ ସେୟାର କରନ୍ତୁ ନାହିଁ । ଏଥିସହ ଆପଣଙ୍କ ଏହି ପ୍ଲାଟଫର୍ମରେ ଆଣ୍ଟି ନେସନାଲର ଫଟୋଜ ବା ଭିଡିଓକୁ ସେୟାର ନ କରିବା ଆବଶ୍ୟକ । ଅନ୍ୟପକ୍ଷରେ, ଆପଣଙ୍କୁ ହ୍ୱାଟ୍ସଆପରେ ଚାଇଲ୍ଡ କ୍ରାଇମ ବା ଚାଇଲ୍ଡ ପନୋଗ୍ରାଫି ସମ୍ବନ୍ଧୀୟ ଭିଡିଓ କିମ୍ବା ଫଟୋ ସେୟାର ନ କରିବା ଦରକାର । ଏଭଳି କଣ୍ଟେଣ୍ଟକୁ ସେୟାର କଲେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଆପଣଙ୍କ ଆକାଉଣ୍ଟକୁ ସବୁବେଳ ପାଇଁ ସସପେଣ୍ଡ କରାଯିବ ।