fbpx

ବିଶ୍ୱର ସବୁଠୁ ବଡ ପଲିସ ହୀରା: କେତେ ଟଙ୍କାରେ ବିକ୍ରି ହେବ? ଡିସେମ୍ବରରେ ନିଲାମୀ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବରରେ ନିଲାମ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ ପଲିସ୍ ହୀରା । ନ୍ୟୁୟର୍କରେ ଏହି ଅଦ୍ଭୁତ ହୀରାର ନିଲାମୀ ଡକାଯିବ । ତେବେ ଏହି ନିଲାମୀରେ ହୀରା ପ୍ରାୟ ୧୫ ମିଲିୟନ୍ ଡଲାର ଟଭ୍କାରେରେ ବିକ୍ରି ହେବା ନେଇ ଆଶା କରାଯାଉଛି । ତେବେ ହୀରାକୁ ନେଇ ହେବାକୁ ଥିବା ନିଲାମୀରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଏବେ ବି ଅଜଣା । କିନ୍ତୁ ହୀରା ପାଇବା ପାଇଁ ଅନେକ ଲୋକଙ୍କ ମନରେ ଲାଳସା ରହିଥିବା ଦେଖାଯାଇଛି ।

ପିଜୁଳି ଆକାରର ଏହି ହୀରା ହେଉଛି ବିଶ୍ୱର ସବୁଠାରୁ ବଡ ପଲିସ୍ ହୀରା । ଏହାର ନାଁ ଗୋଲ୍ଡେନ୍ କେନେରୀ ଏବଂ ଏହାର ଓଜନ ପ୍ରାୟ ୩୦୩. ୧୦ କ୍ୟାରେଟ୍ ହେବ ବୋଲି ଜଣାଯାଇଛି । ତେବେ ଏହି ହୀରାର ନିଲାମୀରୁ ଅତିକମରେ ୧୫ ମିଲିୟନ୍ ଡଲାର ମିଳିବା ନେଇ ଆଶା କରାଯାଉଛି । ନିଲାମ ପାଇଁ ଗୋଲ୍ଡେନ କେନେରୀର ବେସ୍ ପ୍ରାଇସ୍ ୧ ଡଲାର ରଖାଯାଇଛି । ଏଥିପାଇଁ କୌଣସି ବି ରିଜର୍ଭ ଦାମ୍ ନଥିବାରୁ ହୀରାର ଦାମ୍ ଅତିକମରେ ୧୫ ମିଲିୟନ୍ ଡଲାର ପର୍ୟ୍ୟନ୍ତ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି । ତେବେ ଯଦି ଏତିକି ଦାମରେ ହୀରା ବିକ୍ରି ହେବ ତେବେ ଭାରତୀୟ ଦାମ୍ ଅନୁସାରେ ଏହା ୧୨୩ କୋଟି ୮୧ ଲକ୍ଷ ୨୨ ହଜାର ୫୦୦ ଟଙ୍କା ହେବ ।

ଏହି ହୀରାର ଇତିହାସ ବଡ ରୋଚକ । ୧୯୮୦ ଦଶକ ଆରମ୍ଭରେ ଡେମୋକ୍ରେଟିକ୍ ରି ବ୍ଲିକ୍ କଙ୍ଗୋରେ ଏକ ଛୋଟ ପିଲା ନିଜ ଅଗଣାରେ ଖେଳୁଥିବା ସମୟରେ ଏହାକୁ ପାଇଥିଲା । ସେହି ସମୟରେ ପାଖ ରାଜ୍ୟର ହୀରା ଖଣି ଖନନ କରୁଥିବା ଶ୍ରମିକ ଏହାକୁ ବଡ ଏବଂ ଓଜନ ଯୋଗୁଁ ଫୋପାଡି ଦେଇଥିଲେ । ମାଇନର୍ସ ଏହା ଜାଣିନଥିଲେ କି ଏହା ଏକ ହୀରା । ସେମାନେ ଏହାକୁ ଏକ ପଥର ଭାବି ଫୋପାଡି ଦେଇଥିଲେ । ସେ ଛୋଟ ପିଲାଟି ସେ ହୀରାକୁ ଧରି ନିଜ ଘରେ ଦେଇଥିଲା । ସେ ଏହାକୁ ନେଇ ଏକ ହୀରା ବ୍ୟାପାରୀ ପାଖକୁ ଯିବାରୁ ସାମନାକୁ ଆସିଥିଲା ବିଶ୍ବର ସବୁଠୁ ବଡ ପଲିସ ହୀରା ଗୋଲ୍ଡେନ କେନେରୀର କାହାଣୀ ।

Get real time updates directly on you device, subscribe now.