fbpx

ଆଜିଠୁ ବନ୍ଦ ହୋଇଯିବ ଇନଆକ୍ଟିଭ୍ UPI ID’s: ୟୁଜର୍ସମାନେ କରିପାରିବେନି ଟ୍ରାଞ୍ଜାକ୍ସନ୍, ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ; ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଜାନୁଆରୀ ୧ ଖାସ୍ ଦିନ । ଯଦି ଆପଣ ଜଣେ ୟୁପିଆଇ ଆପ୍ ଉପଭୋକ୍ତା ଓ୧ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଅନଲାଇନ୍ ପେମେଣ୍ଟ୍ କରିନାହାଁନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ନୂଆ ବର୍ଷରୁ ବନ୍ଦ ହୋଇଯିବ । ଏହା ପରେ ଆପଣ ୟୁପିଆଇ କାରବାର କରିପାରିବେ ନାହିଁ ।

ଏନପିସିଆଇ ସର୍କୁଲାର ଜାରି କଲା :-
ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁଲାରରେ ଏହି ସୂଚନା ପ୍ରକାଶ ପାଇଛି ଯେ ଗୋଟିଏ ବର୍ଷ ପାଇଁ ସକ୍ରିୟ ହୋଇନଥିବା ସମସ୍ତ ୟୁପିଆଇ ଆଇଡିଗୁଡିକ ୩୧ ଡିସେମ୍ବର ୨୦୨୩ ରୁ ବନ୍ଦ ରହିବ ।

ଗାଇଡଲାଇନରେ ଦର୍ଶାଯାଇଛି ଯେ ଟିପିଏପି ଏବଂ ପିଏସପି ବ୍ୟାଙ୍କଗୁଡିକ ସେହି ଗ୍ରାହକଙ୍କ ୟୁପିଆଇ ଆଇଡି ଓ ସମ୍ବନ୍ଧିତ ୟୁପିଆଇ ନମ୍ବର ଓ ଫେ୍ାନ ନମ୍ବର ଚିହ୍ନଟ କରିବା ଆବଶ୍ୟକ, ଯେଉଁମାନେ ଏକ ବର୍ଷ ଭିତରେ କୌଣସି ଆର୍ôଥକ (ଡେବିଟ୍ କିମ୍ବା କ୍ରେଡିଟ୍) କିମ୍ବା ଅଣ-ଆର୍ôଥକ କାରବାର କରିନାହାଁନ୍ତି । ପରବର୍ତ୍ତୀ ସମୟରେ ଏହିପରି ଗ୍ରାହକଙ୍କ ୟୁପିଆଇ ଆଇଡି ଏବଂ ୟୁପିଆଇ ନମ୍ବର କାରବାର ପାଇଁ ଅକ୍ଷମ ହେବ ଏବଂ ପିଏସପି ୟୁପିଆଇ ମ୍ୟାପର୍ ଠାରୁ ସମ୍ପୃକ୍ତ ଫୋନ୍ ନମ୍ବରଗୁଡ଼ିକୁ ପଞ୍ଜିକରଣ କରିବେ ।

Get real time updates directly on you device, subscribe now.