breaking: ସ୍କୁଲରେ ଅଘଟଣ, ସରସ୍ୱତୀ ପୂଜା ବେଳେ ଛାତ୍ରଛାତ୍ରୀଙ୍କୁ ବିନ୍ଧି ପକାଇଲା ମହୁମାଛି
ମହୁମାଛି କାମୁଡାରେ ୨୦ ଛାତ୍ରଛାତ୍ରୀ ଆହତ। ଏକ ଘରୋଇ ସ୍କୁଲରେ ସରସ୍ୱତୀ ପୂଜା ଚାଲିଥିବା ବେଳେ, ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ଛୋଟଛୋଟ ପିଲା।
ଭବାନୀପାଟଣା: ସରସ୍ୱତୀ ପୂଜା ବେଳେ ଅଘଟଣ। ସ୍କୁଲରେ ପୂଜା ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କଲେ ମହୁମାଛି। ଫଳରେ ୨୦ ଜଣ ପିଲା ଆହତ ହୋଇଥିବା ନେଇ ସୂଚନା ମିଳିଛି।
ଭବାନୀପାଟଣା ଦୁଆରସନିରେ ଥିବା ଏକ ଘରୋଇ ସ୍କୁଲରେ ଏପରି ଅଘଟଣ ଘଟିଛି। ସକାଳୁ ସକାଳୁ ଗାଧୋଇ ସଜବାଜ ହୋଇ ସ୍କୁଲକୁ ଯାଇଥିଲେ ଛୋଟ ଛୋଟ ପିଲା।
ମା ବିଦ୍ୟାଦାୟୀଙ୍କୁ ପୂଜାର୍ଚ୍ଚନା କରିବା ଉଦ୍ଧେଶ୍ୟରେ ସ୍କୁଲ ବାହାରିଥିଲେ। ଆଉ ସେଠାରେ ମା ସରସ୍ୱତୀଙ୍କୁ ଆବାହନ ମଧ୍ୟ କରୁଥିଲେ। ହେଲେ ହଠାତ୍ କେଉଁଆଡ଼ୁ ମାଡି ଆସିଲେ ମହୁମାଛି।
ଯେହେତୁ ଛୋଟ ଛୋଟ ପିଲା ମହୁମାଛି ସମ୍ପର୍କରେ ବିଶେଷ କିଛି ଧାରଣା ନାହିଁ। ତେଣୁ ମହିମାଛି ଆକ୍ରମଣର ଶୀକାର ହେଲେ। ଏବଂ ପାଖାପାଖି ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।