ବ୍ରହ୍ମପୁରରେ ଅଘଟଣ: ଦଣ୍ଡନାଚ ଯାତ୍ରାରେ ଯୁବକଙ୍କୁ ହତ୍ୟା କରିଦେଲେ ବାପ-ପୁଅ

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ବ୍ରହ୍ମପୁରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଚାଲିଥିବା ଦଣ୍ଡନାଚ ଯାତ୍ରାରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ବଡ଼ ବଜାର ଥାନା ଜେନା ସାହିରେ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

ମିଳିଥିବା ସୂଚନା ମୁତାବକ, ମୃତ ଯୁବକଙ୍କ ନାମ ଜଗଦୀଶ ପାଣିଗ୍ରାହୀ । ଜଗଦୀଶଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ସାମାନ୍ୟ ବଚସାକୁ ନେଇ ବାପ-ପୁଅ ଏହି ହତ୍ୟା କରିଛନ୍ତି । ଛୁରାମାଡ଼ରେ ଜଗଦୀଶଙ୍କ ବେକରୁ ମାତ୍ରାଧିକ ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା ।

ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ଅନ୍ୟପଟେ ଆକ୍ରମଣକାରୀ ବାପ-ପୁଅଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୋଲିସ ।