fbpx

ଚମ୍ପୁଆର ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଭୁବନେଶ୍ୱର: କେନ୍ଦୁଝର ଚମ୍ପୁଆର ପୂର୍ବତନ ବିଧାୟକଙ୍କ ଘରେ ଚାଲିଛି ଆଇଟି ରେଡ୍ । ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଥିବା ବେଳେ ଏଥିରେ ୧୦ ଜଣିଆ ଟିମ୍ ସାମିଲ ଥିବା ଜଣାପଡିଛି । ଭୁବନେଶ୍ୱର, କେନ୍ଦୁଝର, ଯୋଡ଼ାରେ ଏକକାଳୀନ ରେଡ୍ ଚାଲିଛି । ଏହା ସହିତ କେନ୍ଦୁଝର ବାସଭବନକୁ ଘେରି ରହିଛନ୍ତି ବିଏସଏଫ ଯବାନ ।

ଟ୍ୟାକ୍ସ ଫାଙ୍କିଥିବା ନେଇ ରେଡ୍ ଚାଲିଛି ବୋଲି ସୂଚନା ମିଳିଛି । ଆୟକର ବିଭାଗ ପକ୍ଷରୁ ମୋଟ୍ ୧୦ଟି ସ୍ଥାନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱରର ୩/୪ଟଇ ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.