fbpx
BJD SKY
BJD SKY

ପୀୟୁଷଙ୍କ ପରେ ପୁଷ୍ପରାଜ ଜୈନଙ୍କ ଘରେ ଆଇଟି ରେଡ୍, ଲଞ୍ଚ କରିଥିଲେ ସମାଜବାଦୀ ଅତର

BJD

ନୂଆଦିଲ୍ଲୀ: କାନପୁରରେ ଅିର ବ୍ୟବସାୟୀ ପୀୟୁଷ ଜୈନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଆୟପର ବିଭାଗ ଏବେ ପୁଷ୍ପରାଜ ଜୈନଙ୍କ ଘରେ ଚଢ଼ାଉ କରିଛି । ପୁଷ୍ପରାଜ ଜୈନ ସମାଜବାଦୀ ପାର୍ଟିର ଏମଏଲସି ହୋଇଥିବା ସହ ସେ ସମାଜବାଦୀ ଅତର ଲଞ୍ଚ କରିଥିଲେ । ନଭେମ୍ବର ୯ ତାରିଖରେ ସମାଜବାଦୀ ଅତର ଲଞ୍ଚ ହୋଇଥିଲା ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆୟକର ବିଭାଗର ଟିମ୍ ସକାଳ ୭ଟାରୁ ପୁଷ୍ପରାଜ ଜୈନଙ୍କ ଘରେ ପହଞ୍ଚିଥିଲେ । ପୀୟୁଷଙ୍କ ପରି ପୁଷ୍ପରାଜ ଜୈନ ବି କନ୍ନୌଜରେ ଅତର ବ୍ୟବସାୟ କରୁଥିଲେ । ଆୟଗର ବିଭାଗର ଟିମ୍ ପୁଷ୍ପରାଜଙ୍କ ଘର, ଅଫିସ ସମେତ ୫୦ଟି ସ୍ଥାନରେ ରେଡ୍ କରିଛି । କେବଳ ଉତ୍ତର ପ୍ରଦେଶ ନୁହେଁ, ବରଂ ଅନ୍ୟ ରାଜ୍ୟରେ ବି ଚଢ଼ାଉ କରିଛି ଆୟକର ବିଭାଗର ଟିମ୍ ।

ତେବେ ଅତର ନିର୍ମାଣକାରୀ ପୀୟୁଷ ଜୈନଙ୍କ ଘରେ ଆଇଟି ରେଡରୁ ୧୯୪ କୋଟି ଟଙ୍କା ଜବତ ହୋଇଛି । ଏତେ ପରିମାଣର ଟଙ୍କା ମିଳିଥିଲା କି ଏହାକୁ ଗଣିବା ପାଇଁ ଲାଗିଥିଲା ୧୨ଟି ଟଙ୍କାଗଣା ମେସିନ୍ । ଏହିସବୁ ଟଙ୍କାକୁ ୮୦ଟି ବକ୍ସରେ ରଖାଯାଇ କଣ୍ଟେନର୍ ରେ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖାକୁ ପଠାଯାଇଥିଲା । ଏହା ସହ କନ୍ନୌଜ ସ୍ଥିତ ପୀୟୁଷଙ୍କ ଘରୁ ୧ କୋଟି ଟଙ୍କାର କେବଳ ଗହଣା ମିଳିଥିଲା ।

Get real time updates directly on you device, subscribe now.