fbpx

୧୦ମ ପାସ କରିପାରିବେ ଆବେଦନ, Income Tax ବିଭଗ ପକ୍ଷରୁ ବାହାରିଲା ନିଯୁକ୍ତିର ସୁଯୋଗ

ନୂଆଦିଲ୍ଲୀ: ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ ଏବଂ ମଲ୍ଟିଟାସ୍କିଂ ଷ୍ଟାଫ୍ ପଦବୀ ପାଇଁ ଆୟକର ବିଭାଗ ଆବେଦନ ଆରମ୍ଭ କରିଛି। ଏହି ନିଯୁକ୍ତି ଡ୍ରାଇଭରେ ସମୁଦାୟ ୨୦ ଟି ପୋଷ୍ଟ ପୂରଣ ହେବ।ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଇନକମ ଟ୍ୟାକ୍ସ ଚଣ୍ଡିଗଡ଼ର ଅଫିସିଆଲ୍ ୱେବସାଇଟ୍ https: //incometaxchandigarh.org/ ମାଧ୍ୟମରେ ଆବେଦନ କରିପାରିବେ।ଅଫଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଛି ଏବଂ ଅଫଲାଇନ୍ ମୋଡରେ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ୧୭ ମାର୍ଚ୍ଚ ୨୦୨୩ ।

ଅଫିସିଆଲ୍ ବିଜ୍ଞପ୍ତି ୱେବସାଇଟରେ ଅପଲୋଡ୍ ହୋଇଛି । ପ୍ରାର୍ଥୀମାନେ କୌଣସି ପଦବୀ ପାଇଁ ଆବେଦନ କରିବା ପୂର୍ବରୁ ସରକାରୀ ବିଜ୍ଞପ୍ତିକୁ ଭଲଭାବେ ପଢିବାକୁ ପରାମର୍ଶ ଦିଆଯାଇଛି।ଏହି ପଦ ପାଇଁ ଫେବୃଆରୀ ୨୧ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ୧୭ ମାର୍ଚ୍ଚ ୨୦୨୩ ।

ଠିକଣା: ପ୍ରାର୍ଥୀଙ୍କୁ ଆବେଦନ ଫର୍ମ ପୂରଣ କରିବାକୁ, ଆବଶ୍ୟକ ଡକ୍ୟୁମେଣ୍ଟ ସଂଲଗ୍ନ କରିବାକୁ ଏବଂ ପଞ୍ଜୀକୃତ ପୋଷ୍ଟ କିମ୍ବା ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆବେଦନ ଫର୍ମକୁ ପଠାଇବାକୁ ପଡିବ। Dy. Commissioner of Income Tax (Hq)(Admn), O/o the Principal Chief Commissioner of Income Tax, NWR, Aayakar Bhawan, Sector-17E, Chandigarh-160017 । ଏହି ଠିକଣାରେ ପଠେଇବାକୁ ପଡିବ ।

ଦରମା :ଆୟକର ଇନ୍ସପେକ୍ଟର – ପେ ସ୍ତର ୭ (୪୪୯୦୦ ରୁ ୧୪୨୪୦୦ ଟଙ୍କା)

ଟ୍ୟାକ୍ସ ଆସିଷ୍ଟାଣ୍ଟ – ଦେୟ ସ୍ତର ୪ (୨୫୫୦୦ ରୁ ୮୧୧୦୦ ଟଙ୍କା)

ମଲ୍ଟି ଟାସ୍କିଂ ଷ୍ଟାଫ୍ – ପେ ଲେଭଲ୍ ୧ (୧୮୦୦୦ ରୁ ୫୬୯୦୦ ଟଙ୍କା)

ଯୋଗ୍ୟତା :ଆୟକର ଇନ୍ସପେକ୍ଟର – ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ

ଟ୍ୟାକ୍ସ ଆସିଷ୍ଟାଣ୍ଟ – ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ, ଏହାସହିତ ଡାଟା ଏଣ୍ଟ୍ରି ସ୍ପିଡ୍ ୮୦୦୦ କି ଡିପ୍ରେସନ୍ ପ୍ରତି ଘଣ୍ଟା ରହିବ ଆବଶ୍ୟକ

ମଲ୍ଟି ଟାସ୍କିଂ ଷ୍ଟାଫ୍ – ଦଶମ ପାସ୍

ବୟସ: ଆୟକର ଇନ୍ସପେକ୍ଟର- ୩୦ ବର୍ଷ

ଟ୍ୟାକ୍ସ ଆସିଷ୍ଟାଣ୍ଟ- ୧୮ ରୁ ୨୭ ବର୍ଷ ମଧ୍ୟରେ ହେଇଥିବା ଆବଶ୍ୟକ

ମଲ୍ଟି ଟାସ୍କିଂ ଷ୍ଟାଫ୍ – ୧୮ ରୁ ୨୫ ବର୍ଷ ମଧ୍ୟରେ ହେଇଥିବା ଆବଶ୍ୟକ

Get real time updates directly on you device, subscribe now.