fbpx

ବଦଳବି ଆୟକର ବିଭାଗର ଢାଞ୍ଚା: ୧୦ ଜଣିଆ କମିଟି ଗଠନ, ୭ ବିନ୍ଦୁ ଉପରେ କାର୍ଯ୍ୟ କରାଯିବ

ନୂଆଦିଲ୍ଲୀ: ବଦଳିବ ଆୟକର ବିଭାଗର ଢାଞ୍ଚା । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏଥିାଇଁ ଏକ କମିଟି ଗଠନ କରାଯାଇଛି । କମିଟିରେ ବିଭାଗର ୧୦ ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ଉକ୍ତ କମିଟି ଆୟକର ବିଭାଗର ଭୂମିକା ଏବଂ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିବ । ଏଥିସହିତ ନୂଆ ଫେସଲେସ୍‌ ବ୍ୟବସ୍ଥାରେ ରହିଥିବା ଅଭାବ ଅସୁବିଧାକୁ ଦୂର କରିବା ପାଇଁ ପଦକ୍ଷେପ ନେବ । ସିବିଡିଟି ପକ୍ଷରୁ ଉକ୍ତ କମିଟିକୁ ୭ଟି ବିନ୍ଦୁ ଉପରେ କାର୍ଯ୍ୟ କରିବା ପାଇଁ କୁହାଯାଇଛି । ଏଥିରେ ଆୟକର ବିଭାଗର ପୁନର୍ଗଠନ ସହିତ ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଥିବା ଇ- ଆସେସମେଣ୍ଟ ସେଣ୍ଟରଗୁଡ଼ିକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ପରାମର୍ଶ ଦେବ । ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା କମିଟି ଏହାର ସୁାରିସ ସିବିଡିଟି ନିକଟରେ ଦାଖଲ କରିବ । ‘

ସରକାର ଗତବର୍ଷଠାରୁ ଆୟକର ବିଭାଗରେ ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି । ତେବେ ଏଥିରେ ଅନେକ ଅସୁବିଧା ରହିଥିବା ଟିକସଦାତାମାନେ ଅଭିଯୋଗ କରୁଛନ୍ତି । ଟିକସଦାତା ଗୋଟିଏ ସ୍ଥାନର ହୋଇଥିବାବେଳେ ଆକଳନ ଅଧିକାରୀ ଅନ୍ୟ ସ୍ଥାନର ହୋଇଥିବାରୁ ଟିକସଦାତାଙ୍କ ମାତୃଭାଷା ବୁଝିବା ଅଧିକାରୀଙ୍କ ପାଇଁ କଷ୍ଟକର ହେଉଛି । ସେହିଭଳି ପୁଞ୍ଜି ଲାଭ ଟିକସ ଏବଂ ଅନ୍ତର୍ଜାତୀୟ ଟିକସ ଭଳି ଜଟିଳ ମାମଲା ପ୍ରସଙ୍ଗରେ ମଧ୍ୟ ଅସୁବିଧା ରହୁଛି । କିଛିମାସ ପୂର୍ବରୁ ନ୍ୟାସନାଲ ଫେସଲେସ ଆସେସମେଣ୍ଟ୍‌ ସେଣ୍ଟର ପକ୍ଷରୁ ଫେସଲେସ୍‌ ବ୍ୟବସ୍ଥାରେ ପୁନର୍ଗଠନ ପାଇଁ ଦାବି କରିଥିଲା ।

Get real time updates directly on you device, subscribe now.