fbpx
BSKY SKY
BSKY SKY

ଏକା ସାଙ୍ଗରେ ୨୨ଟି ଜାଗାରେ ରେଡ କରୁଛି ଇନକମ୍ ଟାକ୍ସ: ଟାର୍ଗେଟରେ ଲାଞ୍ଚୁଆ ଅଫିସର

BSKY

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ମାରାଥନ ରେଡ୍ କରୁଛି ଇନକମ୍ ଟାକ୍ସ । ଭ୍ରଷ୍ଟାଚାରୀ ଓ ଲାଞ୍ଚୁଆ ଅଫିସରମାନଙ୍କ କଳାଧନ ଏବଂ ଆୟ ବହିର୍ଭୁତ ସମ୍ପତ୍ତିକୁ ଜବତ କରିବା ପାଇଁ ଅଣ୍ଟା ଭିଡିଛି ଆଇଟି ଡିପାର୍ଟମେଣ୍ଟ । ୧୨ରୁ ଅଧିକ ଅଫିସର ଏବେ ଇନକମ୍ ଟାକ୍ସର ଟାର୍ଗେଟରେ ରହିଛନ୍ତି । ଲକ୍ଷ୍ନୌ ଏବଂ କାନପୁର ସମେତ ଏକା ସାଙ୍ଗରେ ରାଜ୍ୟର ମୋଟ ୨୨ଟି ସ୍ଥାନରେ ରେଡ ଜାରି ରହିଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ବିଭିନ୍ନ ବିଭାଗର ପ୍ରାୟ ଦେଢ ଡର୍ଜନ ଅଧିକାରୀ ଇନକମ୍ ଟାକ୍ସ ଜାଲରେ ଛନ୍ଦି ହୋଇ ପଡିଛନ୍ତି । ସେମାନଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଆଇଟି ଡିପାର୍ଟମେଣ୍ଟ ଏବେ ଚଢାଉ କରିଛି । ଉଦ୍ୟୋଗୀ ତାଲିମ ସଂସ୍ଥା, ଶିଳ୍ପ ବିଭାଗ ସମେତ ୟୁପି ଇଣ୍ଡଷ୍ଟ୍ରିଆଲ କନ୍ସଲଟାଣ୍ଟ ଲିମିଟେଡ, ଏଣ୍ଟରପ୍ରାଇଜେସ ଏବଂ କିଛି ପ୍ରାଇଭେଟ ଉଦ୍ୟୋଗପତିଙ୍କ ବିରୋଧରେ ମଧ୍ୟ ଇନକମ୍ ଟାକ୍ସ ରେଡ କରିଛି । ତେବେ ଆୟକର ବିଭାଗର ଏହି ଚଢାଉ ପରେ ଲାଞ୍ଚୁଆ ଏବଂ ବେଆଇନ କାରବାରେ ଲିପ୍ତ ଥିବା କର୍ମଚାରୀଙ୍କ ମଧ୍ୟରେ ଚହଳ ପଡି ଯାଇଛି ।

ତେବେ ଏହି ଚଢାଉକୁ ଇନକମ୍ ଟାକ୍ସ ଡିପାର୍ଟମେଣ୍ଟ ଅପରେସନ ବାବୁ ସାହେବ ପାର୍ଟ-୨ ନାମ ଦେଇଛି । ଗତ ଜୁନ ୧୮ ତାରିଖରେ ରାଜଧାନୀ ଦିଲ୍ଲୀରୁ ଏହି ଅପରେସନ ଆରମ୍ଭ ହୋଇଥିଲା । ଏବେ ଉତ୍ତରପ୍ରଦେଶର କାନପୁର ଏବଂ ଲକ୍ଷ୍ନୌରେ ଏହି ଚଢାଉ ପହଞ୍ଚି ସାରିଛି । ଟେଣ୍ଡରଠୁ ଆରମ୍ଭ କରି ପ୍ଲାନିଙ୍ଗ ପର୍ଯ୍ୟନ୍ତ ଏହି ବିଭାଗର କିଛି ଅଫିସରଙ୍କ ସମ୍ପୃକ୍ତି ନେଇ ସୂଚନା ପାଇଥିଲା ଇନକମ୍ ଟାକ୍ସ ।

Get real time updates directly on you device, subscribe now.