fbpx

ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ ବାଂଲାଦେଶ କିମ୍ବା ଶ୍ରୀଲଙ୍କା, ସେପ୍ଟେମ୍ବର ୨ରେ ସ୍ପଷ୍ଟ ହେବ ସୁପର ୪ର ଚିତ୍ର

ନୂଆଦିଲ୍ଲୀ: ଏସିଆ କପ ୨୦୨୨ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ସେପ୍ଟେମ୍ବର ୨ରେ ସମାପ୍ତ ହେଉଛି । ସେହି ଦିନ ହିଁ ଜଣା ପଡିବ ଯେ କେଉଁ ଚାରୋଟି ଦଳ ସୁପର ୪ରେ ପ୍ରବେଶ କରିବେ ଏବଂ କେଉଁ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ । ୟୁଏଇରେ ଖେଳାଯାଉଥିବା ଏସିଆ କପରେ ୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଆଫଗାନିସ୍ତାନ ଗ୍ରୁପ ପର୍ଯ୍ୟାୟରେ ନିଜର ଦୁଇଟି ମ୍ୟାଚ୍ ଜିତି ପ୍ରଥମ ଦଳ ଭାବେ ସୁପର ୪ରେ ପ୍ରବେଶ କରି ସାରିଛି । ଅନ୍ୟପଟେ ସେପ୍ଟେମ୍ବର ୧ରେ ଶ୍ରୀଲଙ୍କା କିମ୍ବା ବାଂଲାଦେଶକୁ ଏସିଆ କପର ୧୫ତମ ସଂସ୍କରଣରୁ ବାହାରିବାକୁ ପଡିବ । ଦୁଇ ଦଳରୁ ଯିଏ ଜିତିବ ସେ ସୁପର ୪ରେ ପ୍ରବେଶ କରିବ ।

ସେପ୍ଟେମ୍ବର ୧ରେ ଗ୍ରୁପ ବିରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଶେଷ ମ୍ୟାଚ୍ ଖେଳାଯିବ । ଯେଉଁ ଦଳ ଜିତିବ ସେ ଗ୍ରୁପ ୪ରେ ପ୍ରବେଶ କରିବ । ଯେଉଁ ଦଳ ହାରିବ ଟୁର୍ଣ୍ଣାମେଣ୍ଟରେ ଏହାର ଅଭିଯାନ ସମାପ୍ତ ହୋଇଯିବ। ସେହି ପରି ଗ୍ରୁପ ଏରେ ଶେଷ ମ୍ୟାଚ୍ ସେପ୍ଟେମ୍ବର ୨ରେ ଖେଳାଯିବ । ଏହି ମ୍ୟାଚ୍ ପାକିସ୍ତାନ ଏବଂ ହଂକଂରେ ମଧ୍ୟରେ ଖେଳାଯିବ । ଯଦି ଆଜି ଭାରତ ହଂକଂକୁ ହରାଇ ଦିଏ ତେବେ ସେପ୍ଟେମ୍ବର ୨ରେ ଖେଳାଯିବାକୁ ମ୍ୟାଚର ବିଜେତା ହିଁ ସୁପର ୪ରେ ପ୍ରବେଶ କରିବ ।

ବୋଧହୁଏ କେହି ଆଶା କରିନଥିଲେ ଯେ, ଆଫଗାନିସ୍ତାନ ପ୍ରଥମେ ଶ୍ରୀଲଙ୍କା ପୁଣି ବାଂଲାଦେଶକୁ ହରାଇ ପ୍ରଥମ ଦଳ ଭାବେ ସୁପର ୪ରେ ପ୍ରବେଶ କରିବ । ଦଳ ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାକୁ ୮ ୱିକେଟରେ ଏବଂ ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ହରାଇଥିଲା । ଏବେ ଟୁର୍ଣ୍ଣାମେଣ୍ଟ ଆହୁରି ରୋମାଞ୍ଚକ ହେବାକୁ ଯାଉଛି, କାରଣ ଆଫଗାନିସ୍ତାନ ଦଳର ମୁକାବିଲା ଭାରତ ସହିତ ମଧ୍ୟ ହୋଇପାରେ ।

 

Get real time updates directly on you device, subscribe now.