fbpx

ବଢିଲା ଆୟକର ରିଟର୍ଣ୍ଣର ଅବଧି

ନୂଆଦିଲ୍ଲୀ,୩୦ ।୧୨: ଆୟକର ରିଟର୍ଣ୍ଣ ଦାଖଲର ଅବଧି ବଢାଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୩୧ ଯାଏଁ ଥିବା ସାଧାରଣ ଟିକସଦାତାଙ୍କ ଅବଧି ବୃଦ୍ଧି ହୋଇଛି । ସାଧାରଣ ଟିକସଦାତାଙ୍କ ଆୟକର ରିଟର୍ଣ୍ଣ ଅବଧି ଜାନୁଆରି ୧୦କୁ ବୃଦ୍ଧି ପାଇଛି । ପୂର୍ବରୁ ୨ ଥର ଅବଧି ବୃଦ୍ଧି କରାଯାଇ ଡିସେମ୍ବର ୩୧ କରାଯାଇଥିଲା । ଅଡିଟ ଯୁକ୍ତ ଆକାଉଣ୍ଟ ଅବଧି ଫେବ୍ରୁଆରୀ ୧୫କୁ ବୃଦ୍ଧି ପାଇଛି । ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ୍ ରିଟର୍ଣ୍ଣ ଅବଧି ଫେବ୍ରୁଆରୀ ୧୫କୁ ବୃଦ୍ଧି ପାଇଛି । ବିବାଦରୁ ବିଶ୍ୱାସ ସ୍କିମରେ ରିଟର୍ଣ୍ଣ ଅବଧି ଜାନୁଆରୀ ୩୧କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.