fbpx

ବଢ଼ିଲା SC/STଙ୍କ ପ୍ରି-ମାଟ୍ରିକ୍ ଛାତ୍ରବୃତ୍ତି, ଜାଣନ୍ତୁ କେତେ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ପାଇଁ ବଢ଼ିଛି ପ୍ରି-ମାଟ୍ରିକ ଛାତ୍ରବୃତ୍ତି । ବାଳକଙ୍କ ପାଇଁ ୭୫୦ରୁ ୯୫୦ ଟଙ୍କା ବଢ଼ିଥିବା ବେଳେ ବାଳିକାମାନଙ୍କ ପାଇଁ ୮୦୦ରୁ ୧୦୦୦ ଟଙ୍କା ବୃଦ୍ଧି ପାଇଛି । ଛାତ୍ରବୃତ୍ତି ପାଇଁ ବାର୍ଷିକ ବ୍ୟୟ ଅଟକଳ ୪୯୦ କୋଟି ଟଙ୍କା ହୋଇଥିବା ଜଣାପଡିଛି ।

ଅନ୍ୟପଟେ ଚଳିତ ଜୁନ୍ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ, ‘ମାଟ୍ରିକ ଖାତା ଦେଖା ଶେଷ ହୋଇଛି । ରେଜଲ୍ଟ ନେଇ ପ୍ରକ୍ରିୟା ଚାଲିଛି ।’ ତେବେ ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଅଫଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ମାଟ୍ରିକ୍‌ ପରୀକ୍ଷା ଏପ୍ରିଲ ୨୯ରୁ ମେ’ ୬ ତାରିଖ ଯାଏ ଚାଲିଥିଲା ।

Get real time updates directly on you device, subscribe now.